ଭାରତ

୪୦କୋଟି ଆୟ କଲା ଡ୍ରିମ୍ ଗର୍ଲ- ୨ 

(ମୁମ୍ବାଇ) : ଚର୍ଚାରେ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ତେଙ୍କ ଫିଲ୍ମ ଡ୍ରିମ୍ ଗର୍ଲ- ୨ ।  ଦର୍ଶକଙ୍କ ମନ ମୋହୁଥିବା ବେଳେ ଖୁବ ଆୟ ମଧ୍ୟ କରୁଛି । ରିଲିଜ୍ ହେବାର ତୃତୀୟ ଅର୍ଥାତ୍ ରବିବାର ଦିନରେ ମଧ୍ୟ ଫିଲ୍ମର ଆୟ ଖୁବ ଭଲ ରହିଛି । ‘ଡ୍ରିମ୍ ଗର୍ଲ-୨ ‘ ୨୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ସୂଚନାନୁଯାୟୀ , ତିନି ଦିନ ମଧ୍ୟରେ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଚଳଚ୍ଚିତ୍ର ୪୦  କୋଟି କ୍ରସ୍ କରିଛି । ‘ଡ୍ରିମ୍ ଗର୍ଲ ୨ ‘ ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ପ୍ରାୟ ୧୦ .୬୯ କୋଟି ରୋଜଗାର କରିଥିଲା, ଶନିବାର ଏହି ଚଳଚ୍ଚିତ୍ରର ରୋଜଗାରରେ ଏକ ବଡ଼ ଜମ୍ପ ମାରିଥିଲା ପ୍ରାୟ ୧୪ .୦୨  କୋଟି ଆୟ କରିଥିଲା । ଏକତା କପୁରଙ୍କ ବ୍ୟାନରରେ ନିର୍ମିତ ‘ଡ୍ରିମ୍ ଗର୍ଲ ୨’ ରବିବାର ସର୍ବାଧିକ ରୋଜଗାର କରିଛି। ଏହି ଚଳଚ୍ଚିତ୍ରଟି ରବିବାର ଦିନ ଅର୍ଥାତ୍ ତୃତୀୟ ଦିନରେ ପ୍ରାୟ 16 କୋଟି ବ୍ୟବସାୟ କରିଥିଲା । ‘ଡ୍ରିମ୍ ଗାର୍ଲ ୨’ ର ମୋଟ ଆୟ ସପ୍ତାହ ଶେଷରେ ୪୦ କୋଟିରେ ପହଞ୍ଚିଛି । ଆଗାମୀ ଦିନରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି ।

Related posts

ରାସନ ବ୍ୟବସ୍ଥାରେ ହୋଇପାରେ ବଡ ଧରଣର ପରିବର୍ତ୍ତନ ।

mahabharatanews

ବିଜେପିରେ ଯୋଗ ଦେଲେ ଖଣି ବ୍ୟବସାୟୀ ଜି ଜନାର୍ଦ୍ଦନ ରେଡ୍ଡୀ

mahabharatanews

ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସ

mahabharatanews