ମନୋରଞ୍ଜନ

୪୫୦ କୋଟି ଆୟ ଅତିକ୍ରମ କଲା ଚଳଚ୍ଚିତ୍ର ‘ଗଦର-୨ ‘

(ମୁମ୍ବାଇ) : ଧମାଲ କଲା ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର ଗଦର-୨ ।  ବକ୍ସ ଅଫିସରେ ଆୟ ୪୫୬.୦୫ କୋଟିରେ ପହଞ୍ଚିଛି। ତେବେ ଚଳଚ୍ଚିତ୍ରଟି ଆଉ ଏକ ରେକର୍ଡ କରିଛି- ଏହା ବାହୁବଳୀ-୨ ସମେତ ସମସ୍ତ ହିନ୍ଦୀ ଚଳଚ୍ଚିତ୍ର ଭିତରେ ଖୁବ୍‌ଶୀଘ୍ର ୪୫୦ କୋଟିର ଆୟସୀମା ଅତିକ୍ରମ କରିଛି।

ସୂଚନାନୁଯାୟୀ ଗଦର-୨ର ବ୍ୟବସାୟ ଜାରି ରହିଛି। ତୃତୀୟ ଶନିବାର-ରବିବାର ସୁଦ୍ଧା ଏହାର ଅର୍ଜନ ୪୫୦ କୋଟି ଟଙ୍କା ଅତିକ୍ରମ କରିଛି। ଶୁକ୍ରବାର ୭.୧୦ କୋଟି, ଶନିବାର ୧୩.୭୫ କୋଟି ଏବଂ ରବିବାର ୧୬.୧୦ କୋଟି ସହ ଏହାର ମୋଟ ଆୟ ୪୫୬.୦୫ କୋଟି ଟଙ୍କାରେ ପହଞ୍ଚିଛି। ୧୭ ଦିନରେ ଗଦର-୨ ବକ୍ସ ଅଫିସରେ ୪୫୦ କୋଟି ଆୟ ସୀମା ଟପିଛି। ସେଇ ସୀମା ଟପିବା ପାଇଁ ପଠାନକୁ ୧୮ ଦିନ ଓ ବାହୁବଳୀକୁ ୨୦ ଦିନ ଲାଗିଥିଲା ବୋଲି ଆଦର୍ଶ ଟ୍ବିଟ୍ କରିଛନ୍ତି।

Related posts

ଭାଇଜାନଙ୍କୁ ଏଭଳି ଦେଖି ଚିନ୍ତିତ ହୋଇପଡିଲେ ଫ୍ୟାନ

mahabharatanews

୫୮ ତମ ଜନ୍ମଦିନ ପାଳିଲେ ସଲମାନ ଖାନ

mahabharatanews

ପୁଣି ଚର୍ଚ୍ଚାରେ ଫରଦୀନ ଖାନ ଜାଣନ୍ତୁ କାହିଁକି

mahabharatanews