ଓଡିଶା

ଘୂର୍ଣ୍ଣିବଳୟ ପ୍ରଭାବ; ଆସନ୍ତା କାଲିଠୁ ବଢ଼ିବ ବର୍ଷା

(ଭୁବନେଶ୍ୱର) :  ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତା ୨ ତାରିଖଠାରୁ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୩ ତାରିଖରେ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା‌ ଦିଆଯାଇଛି।

ସୂଚନାନୁଯାୟୀ , ଅନ୍ୟପକ୍ଷରେ ରାଜ୍ୟର ନିଅଣ୍ଟିଆ ବର୍ଷା ଦ୍ବାରା ଖରିଫ ଫସଲ ମାଡ଼ ଖାଇଛି। ଅଗଷ୍ଟ ୧୪ ସୁଦ୍ଧା ରାଜ୍ୟରେ ୧୪% ନିଅଣ୍ଟିଆ ବର୍ଷା ହୋଇଛି। କିନ୍ତୁର ଫସଲର ଅବସ୍ଥା ଏହି ପାଣିପାଗ ଅଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ତାଙ୍କ କହିବାନୁଯାୟୀ, ୧୮ଟି ଜିଲ୍ଲାରେ ଫସଲ ପ୍ରଭାବିତ ହୋଇଛି।

Related posts

ଡାକ୍ତରଖାନାରେ ସୁବାସ ଚୌହ୍ୱାନ

mahabharatanews

ରେଳ ଦୁର୍ଘଟଣା : ଆଉ ୧୦ ଜଣଙ୍କୁ ସମନ ଜାରି  

mahabharatanews

ଦୁର୍ଘଟଣାରେ ନାବାଳିକା ମୃତ, ରାସ୍ତା ଅବରୋଧ

mahabharatanews