ଭାରତ

ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି ଅମୃତ ଉଦ୍ୟାନ

(ଦିଲ୍ଲୀ) : ସବୁଜ ପରିପୂର୍ଣ ମନଲୋଭା ଭୁଲ ସହ ତାହାର ବାସ୍ନାର ମଜା ଉଠାଉଛନ୍ତି ସର୍ବ ସାଧାରଣ । ଅଗଷ୍ଟ ୧୬ ତାରିଖରୁ ଖୋଲିଥିବା ଉଦ୍ୟାନ ଉତ୍ସବ-୨ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଏକ ମାସ ଧରି ରାଷ୍ଟ୍ରିପତି ଭବନର ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ । ଅଗଷ୍ଟ ୧୫ରେ ଉଦ୍ୟାନ ଉତ୍ସବ-୨ କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି ।

ସୂଚନାନୁଯାୟୀ ,  ଅଗଷ୍ଟ ୭ ତାରିଖରୁ ଅନଲାଇନ ବୁକିଂ ଆରମ୍ଭ ହୋଇଯାଇଛି । ତେବେ ଚାଲନ୍ତୁ ଜାଣିବା ଉଦ୍ୟାନ ଖୋଲିବା ସମୟ । ସେହିପରି ସେପ୍ଚେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ରାଷ୍ଟ୍ରିପତି ଭବନର ଅମୃତ ଉଦ୍ୟାନ ଖୋଲାଯିବା ନେଇ ସୂଚନା ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନ ସର୍ବସାଧାରଣଙ୍କ ପାଇଁ ବର୍ଷକୁ ଦୁଇ ଥର ଖୋଲାଯିବ ।

Related posts

ବନ୍ଦ ହେଲା ଦିଲ୍ଲୀ ସ୍ଥିତ ଆଫାଗାନିସ୍ଥାନ ଦୂତାବାସ

mahabharatanews

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ

mahabharatanews

ଜନ୍ମ ନେଲେ ୩ କୁନି ଚିତା

mahabharatanews