ଓଡିଶା

ଡେଙ୍ଗୁ ଆତଙ୍କ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮୨୫କୁ ବୃଦ୍ଧି

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ସଂକ୍ରମଣ । ଖୋର୍ଧା ଜିଲ୍ଲାରେ ଡେଙ୍ଗୁ ନିୟନ୍ତ୍ରଣରେ ନଥିବା ବେଳେ ଭୁବନେଶ୍ବର ହଟ୍‌ସ୍ପଟ୍‌ ପାଲଟିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଳିତ ମାସ ଶେଷ ସୁଦ୍ଧା ଡେଙ୍ଗୁ ନିୟନ୍ତ୍ରଣକୁ ଆସିବ ବୋଲି କୁହାଯାଉଛି। ହେଲେ ଏବେ ଯେଉଁଭଳି ଭାବେ ବର୍ଷା ଲାଗି ରହିଛି, ତାହା ସମ୍ଭବ ହୋଇନପାରେ ବୋଲି ଆଶଙ୍କା ସୃଷ୍ଟି କରିଛି ।

ସୂଚନାନୁଯାୟୀ ,  ବାଲେଶ୍ବରରେ ୪୧୩, କଟକ ୪୦୭, ପୁରୀ ୪୪୪, ଜଗତସିଂହପୁର ୨୧୬, ନୟାଗଡ଼ ୧୬୩ ଓ ସୁନ୍ଦରଗଡ଼ରେ ୯୩ ରୋଗୀ ବାହାରିଛନ୍ତି। ଖୋର୍ଧା ଜିଲ୍ଲା ଡେଙ୍ଗୁ ସଂକ୍ରମଣରେ ଆଗରେ ଥିବା ବେଳେ ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୧୫୦୩ ଆକ୍ରାନ୍ତ ଚିହ୍ନଟ ହେଲେଣି। ରାଜ୍ୟରେ ସମୁଦାୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩୮୨୫କୁ ବୃଦ୍ଧି ପାଇଛି। ଗତବର୍ଷ ଏହି ସମୟରେ ରାଜ୍ୟରେ ୨୩୬୭ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା।

Related posts

ଧୁମଧାମରେ ପାଳିତ ହେଉଛି ବାମାନଘାଟି ମହୋତ୍ସବ ମାଦଲ-୨୦୨୩

mahabharatanews

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା 

mahabharatanews

ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews