ଭାରତ

ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ହେବନାହିଁ ଲକଡାଉନ୍

 (ଦିଲ୍ଲୀ) :  ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଜି-୨୦ ସମ୍ମିଳନୀ ହେବାକୁ ଥିବା ବେଳେ ସରଗରମ ହୋଇପଡିଛି ରାଜଧାନୀ । ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ଲକଡାଉନ୍‌ ହେବ ବୋଲି ଜୋରଦାର ଗୁଜବ ହେଉଛି। ଯାହାକୁ ନେଇ ଦିଲ୍ଲୀ ପୁଲିସ ସ୍ପଷ୍ଟ କରି କହିଛି ଯେ ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ଲକଡାଉନ୍‌ ହେବନାହିଁ। ତେବେ ଅଳ୍ପ କିଛି କଟକଣା ରହିଛି। ଯେପରି କି , ଜି-୨୦ ସମ୍ମିନଳୀ ସମୟରେ ଦିଲ୍ଲୀର ସୁପ୍ରିମ‌କୋର୍ଟ ମେ‌ଟ୍ରୋ ‌ଷ୍ଟେସନ୍‌ ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ୩୯ଟି ସମ୍ବେଦନଶୀଳ ଷ୍ଟେସନ୍‌‌ରେ ପ୍ରବେଶ/ପ୍ରସ୍ଥାନ ଉପରେ ଅସ୍ଥାୟୀ କଟକଣା ଲାଗିଛି। ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦିଲ୍ଲୀରେ ୧ଲକ୍ଷ ୩୦ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି।

ସୂଚନାନୁଯାୟୀ ,  ଭିଆଇପି ଅତିଥିଙ୍କ ଯାତ୍ରା ସମୟରେ ସୁରକ୍ଷା କଟକଣା ପାଇଁ ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଷ୍ଟେସନ୍‌ରେ ଗେଟ୍‌ ବନ୍ଦ ରହିବ। କିନ୍ତୁ ପ୍ରଗତି ମଇଦାନ ମେଟ୍ରୋ ଷ୍ଟେସନ୍‌କୁ ଛାଡ଼ିଦେଲେ ଅନ୍ୟ କୌଣସି ଷ୍ଟେସନ୍‌ରେ ମେ‌ଟ୍ରୋ ସେବା ପ୍ରଭାବିତ ହେବନାହିଁ ବୋଲି ସ୍ବତନ୍ତ୍ର ପୁଲିସ କମିସନର (ଟ୍ରାଫିକ୍‌) ଏସଏସ୍‌ ଯାଦବ କହିଛନ୍ତି। ସେପ୍ଟେମ୍ବର ୮ରୁ ୧୦ ମଧ୍ୟରେ ଦିଲ୍ଲୀରେ ଅନଲାଇନ ଫୁଡ୍‌ ଡେଲିଭରି ଉପଲବ୍ଧ ହେବନି। ଦିଲ୍ଲୀ ଏବଂ ଗୁରୁଗ୍ରାମ୍‌ରେ କମ୍ପାନି ଗୁଡ଼ିକ ୱାର୍କ ଫ୍ରମ୍‌ ହୋମ୍‌ ନିୟମରେ ଚାଲିବାପାଇଁ କୁହାଯାଇଛି।

Related posts

ଶାହଙ୍କ ଘରେ ଜରୁରୀ ବୈଠକ

mahabharatanews

‘ତିରୁମାଲା ମନ୍ଦିରକୁ ଲାଠି ନେଇକି ଆସନ୍ତୁ’ : ମନ୍ଦିର ପ୍ରଶାସନ

mahabharatanews

ଆଲାଏନ୍ସ ଏୟାରକୁ ସରକାର ଦେବେ ୩୦୦ କୋଟି ପାଣ୍ଠି

mahabharatanews