ଓଡିଶା

ଆତଙ୍କ ମଚାଇଛନ୍ତି ୨୨ ଟିକିଆ ଝାଡ଼ଖଣ୍ଡୀ ହାତୀପଲ

 (ବଡ଼ଗାଁ): ରାଜ୍ୟରେ ଗୋଟିଏ ପଟେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ହାତୀ ଉପଦ୍ରଵ କହିଲେ ନସରେ । ଏହି କ୍ରମରେ ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପାହାଡ଼ରେ ୨୨ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଆତଙ୍କ ମଚାଇଛନ୍ତି । ପାହାଡ଼ରେ କିଛି ଦିନ ରହିବା ପରେ ଏବେ ଗାଁ ମୁହାଁ ହାତୀପଲ। ମଙ୍ଗଳବାର ରାତିରେ ହାତୀପଲ ମୁକୁନ୍ଦପୁର, ଉଦାରମା ଗାଁରେ ପଶି ବିଲ ଗୁଡ଼ିକରୁ ଫସଲ ନଷ୍ଟ କରିଛନ୍ତି।

ସୂଚନାନୁଯାୟୀ , ଏବେ ଲୋକମାନେ ଧାନ ଚାଷ କରିଥିବା ବେଳେ ଏହି ହାତୀପଲ ପଶି ଏହାକୁ ନଷ୍ଟ କରୁଥିବାରୁ ଲୋକେ ଚିନ୍ତିତ ରହିଛନ୍ତି। ଅନ୍ୟପଟେ ହାତୀପଲ ଗାଁ ପାଖ ଜଙ୍ଗଲରେ ରହୁଥିବାରୁ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀପଲଙ୍କୁ ଘଉଡାଇବାକୁ ବନ ବିଭାଗ ଚେଷ୍ଟା ଜାରି ରଖିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ  ।

 

Related posts

ପୋଲିସ ପକ୍ଷରୁ ସାମାଜିକ ଦୂରତ ଉପରେ ଗୁରୁତ୍ୱ

mahabharatanews

ପୁରୀରେ ୧୮୬୦ରେ ପହଞ୍ଚିଲା କରୋନା ଆକ୍ରାନ୍ତ ସଂଖ୍ୟା

mahabharatanews

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହେନ୍ଦ୍ରଗିରି ଶିଖରର ଇକୋ ରିସୋର୍ଟ ଉଦଘାଟିତ

mahabharatanews