ଓଡିଶା

ବାଲୁକା କଳାରେ ବାଇଡେନଙ୍କୁ ସ୍ୱାଗତ

(ପୁରୀ) : ବାଲୁକା କଳାରେ ସ୍ୱାଗତ ବାଇଡେନ । ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କୁ ବାଲୁକା କଳାରେ ସ୍ୱାଗତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦୁଇ ହଜାର ମାଟି ଦୀପ ବ୍ୟବହାର କରି ଏହି ବାଲୁକା କଳାକୁ ନିର୍ମାଣ କରାଯାଇଛି । ବାଲୁକା କଳାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଛି । ଏହାକୁ ନିର୍ମାଣ କରିବା ପାଇଁ ସୁଦର୍ଶନଙ୍କୁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିଲା ।

ସୂଚନାନୁଯାୟୀ, ବାଲୁକା କଳା ମାଧ୍ୟମରେ ଜି-୨୦ ସମ୍ବିଳନୀରେ ଯୋଗଦାନ ପାଇଁ ଆସୁଥିବା ଡେଲିଗେଟସମାନଙ୍କୁ ସ୍ବାଗତ କରିଛନ୍ତି ସୁଦର୍ଶନ । ପୁରୀ ବେଳାଭୁମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ଏହି ବାଲୁକା କଳା ।

Related posts

ପାଟଣା ବ୍ଲକର ୧୧ଟି ସେଣ୍ଟରରେ ୧୭୪୮ ମାଟ୍ରିକ୍ ପରୀକ୍ଷାର୍ଥୀ

mahabharatanews

ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା

mahabharatanews

“ନକଲି ଔଷଧ ଧରପଗଡ଼ ପାଇଁ ସବୁ ଜିଲ୍ଲାରେ ହେବ ଚଢ଼ଉ” : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

mahabharatanews