ଓଡିଶା

ବର୍ଷାରେ ଭୁବନେଶ୍ୱରର ସ୍ଥିତି ବେହାଲ 

(ଭୁବନେଶ୍ୱର) : ବର୍ଷାରେ ବେହାଲ୍ ରାଜଧାନୀ । ଆଜି ଅପରାହ୍ନରେ ଟ୍ୱିନ୍ ସିଟିରେ ହୋଇଥିବା ବର୍ଷାରେ ଭୁବନେଶ୍ୱରରେ ସ୍ଥିତି ବେହାଲ ହୋଇପଡ଼ିଛି । ମାତ୍ର କିଛି ସମୟର ବର୍ଷାରେ ରାଜଧାନୀର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି । ଅସରାଏ ବର୍ଷାରେ ଟ୍ୱିନ୍ ସିଟିରେ ଏଭଳି ସ୍ଥିତି ପାଇଁ ଡ୍ରେନେଜ୍ ବ୍ୟବସ୍ଥା କୁ ଦାୟୀ କରାଯାଉଛି ।

ସୂଚନାନୁଯାୟୀ, ସେପଟେ ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଦିଆଯାଇଛି । ଏହା ସହ ଆସନ୍ତା ଦୁଇ ଦିନ ଧରି ବର୍ଷା ଲାଗିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଥିବା ଲଘୁଚାପ ଦୁର୍ବଳ ହୋଇଥିଲେ ସୁଦ୍ଧା ଲଘୁଚାପ ସହ ଜଡିତ ଘୂର୍ଣ୍ଣିବଳୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ।

Related posts

ଦୁର୍ଦାନ୍ତ ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ

mahabharatanews

ହାଇକୋର୍ଟରେ ପଡିରହିଛି ୧ ଲକ୍ଷ ୭୨ ହଜାର ୬୭୪ ମାମଲା

mahabharatanews

 ସ୍ୱାଧୀନତା ଦିବସରେ ନକ୍ସଲଙ୍କ ହିଂସା କାଣ୍ଡ ; ଆଖି ବୁଜିଲେ ୨ ଯବାନ  

mahabharatanews