ଭାରତ

ୟୁରୋପ ଗସ୍ତରେ  ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି

(ଦିଲ୍ଲୀ) : ଜି -20 ଶିଖର ସମ୍ମିଳନୀ ପୂର୍ବରୁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ୟୁରୋପ ଗସ୍ତରେ ଯାଇଛନ୍ତି। ଶିଖର ସମ୍ମିଳନୀ ଶେଷ ହେବା ପରେ ସେ ଭାରତ ଫେରିବା ନେଇ ସୂଚନା ରହିଛି ।ଏହି ଗସ୍ତ ସମୟରେ ସେ ପୂର୍ବତନ କଂଗ୍ରେସ ସଭାପତି ୟୁରୋପୀୟ ୟୁନିଅନର ଓକିଲ, ଛାତ୍ର ଏବଂ ବିଦେଶରେ ରହୁଥିବା ଭାରତୀୟଙ୍କୁ ଭେଟିବେ । ସେ ସେପ୍ଟେମ୍ବର 11ରେ ଭାରତ ଫେରିବେ ।

ସୂଚନାନୁଯାୟୀ ,ଯେଉଁଠାରେ ସେ ବ୍ରୁସେଲସ୍ ୟୁରୋପୀୟ ୟୁନିଅନର ସଦସ୍ୟମାନଙ୍କ ଦ୍ୱାରା ଆୟୋଜିତ ଏକ ବୈଠକରେ ଯୋଗ ଦେବେ । ଏହା ବ୍ୟତୀତ ସେ ପ୍ୟାରିସର ଏକ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଓସଲୋରେ ଥିବା ଭାରତୀୟଙ୍କୁ ମଧ୍ୟ ରାହୁଲ ଗାନ୍ଧି ଭେଟିବେ । ଏହା ପରେ ସେପ୍ଟେମ୍ବର ୯ରେ ସେ ପ୍ୟାରିସରେ ଫ୍ରାନ୍ସର ଶ୍ରମ ସଂଗଠନର ବୈଠକରେ ଅଂଶଗ୍ରହଣ କରିବେ। ଏଥିସହ ସେ ନରୱେରେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିବା ନେଇ ସୂଚନା ରହିଛି ।

 

Related posts

ପାକିସ୍ଥାନରେ ତାଲିମ ଦିଆଯାଇଥିବା କଥା କ୍ୟ।ମେରା ସାମ୍ନାରେ ବଖାଣିଲା ଆତଙ୍କବାଦୀ

mahabharatanews

ଫାଇଟର୍‌ ପ୍ଲେନରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି 

mahabharatanews

ବେଆଇନ ଋଣ ପ୍ରଦାନ ରୋକିବ ‘ଡିଜିଟା

mahabharatanews