ଓଡିଶା

ଡ଼ରାଇଲାଣି ଡେଙ୍ଗୁ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮୨କୁ ବୃଦ୍ଧି 

(ଭୁବନେଶ୍ୱର) :  ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ସଂକ୍ରମଣ । ଗତକାଲି ରାଜ୍ୟରେ ୨୨୧୫ ରକ୍ତ ନମୁନା ପରୀକ୍ଷା ହୋଇଥିଲା। ସେଥିରୁ ୨୮୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ଖୋର୍ଧା ଜିଲ୍ଲାରୁ କେବଳ ୧୮୮, ପୁରୀ ୨୮, ବାଲେଶ୍ବର ୧୬ ଓ ଝାରସୁଗୁଡ଼ାରୁ ୧୨ଜଣ ରୋଗୀ ବାହାରିଛନ୍ତି। ଯାହାଫଳରେ ରାଜ୍ୟରେ ସମୁଦାୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮୨କୁ ବୃଦ୍ଧି ପାଇଛି।

ସୂଚନାନୁଯାୟୀ,  ଖୋର୍ଧା ଜିଲ୍ଲାରେ ୨୪୭୮, ପୁରୀ ୬୪୯, କଟକ ୫୪୭, ବାଲେଶ୍ବର ୫୨୭, ଜଗତସିଂହପୁର ୨୯୨, ନୟାଗଡ଼ ୨୨୪, ସୁନ୍ଦରଗଡ଼ ୧୭୪, କେନ୍ଦ୍ରାପଡ଼ା ୧୧୭, କେନ୍ଦୁଝର ୧୧୪ ଆକ୍ରାନ୍ତ ବାହାରିଛନ୍ତି। କେବଳ ବୌଦ୍ଧ ଜିଲ୍ଲାରୁ ସର୍ବନିମ୍ନ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଗତବର୍ଷ ଏହି ସମୟରେ ରାଜ୍ୟରେ ୩୩୬୬ ‌ରୋଗୀ ବାହାରିଥିଲେ। ‌ଗତବର୍ଷ ତୁଳନାରେ ଚଳିତବର୍ଷ ପ୍ରାୟ ଅଢ଼େଇ ହଜାର ରୋଗୀ ଅଧିକ ବାହାରିଛନ୍ତି।

Related posts

ବ୍ରହ୍ମପୁରରେ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି

mahabharatanews

୨୩ରୁ ଖୋଲିବ ଧର୍ମାନୁଷ୍ଠାନ

mahabharatanews

କୋଇଲା ବୋଝେଇ ଗାଡି ଜବତ, ୩ ଗିରଫ

mahabharatanews