ଭାରତ

୧୭ରୁ ଅମୃତ ଉଦ୍ୟାନ ବନ୍ଦ   

(ଦିଲ୍ଲୀ) :  ଅଗଷ୍ଟ ୧୫  ତାରିଖରୁ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଏକ ମାସ ଧରି ରାଷ୍ଟ୍ରିପତି ଭବନର ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାରହିଥିବା ବେଳେ ଅଗଷ୍ଟ ୧୫ରେ ଉଦ୍ୟାନ ଉତ୍ସବ-୨ କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ  । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନ ସର୍ବସାଧାରଣଙ୍କ ପାଇଁ ବର୍ଷକୁ ଦୁଇ ଥର ଖୋଲାଯିବ ।

ସୂଚନାନୁଯାୟୀ ,  ଅଗଷ୍ଟ ୭ ତାରିଖରୁ ଅନଲାଇନ ବୁକିଂ ଆରମ୍ଭ ହୋଇଯାଇଛି । ସେହିପରି ସେପ୍ଚେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ଖିଲାଯାଇଥିବା ନେଇ ସୂଚନା ରହିଛି ।

 

 

 

Related posts

ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନ କଲେ ଭଗବନ୍ତ ମାନ୍

mahabharatanews

ଭାରତୀୟ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

mahabharatanews

ସିଲିଣ୍ଡର ବିସ୍ଫୋରଣରେ ୫ ମୃତ

mahabharatanews