ଭାରତ

ସୌରଭ ଗାଙ୍ଗୁଲୀ ସ୍ଥାପନ କରିବେ ଇସ୍ପାତ କାରଖାନା 

(ପଶ୍ଚିମବଙ୍ଗ): ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଅନ୍ତର୍ଗତ ସାଳବନୀରେ ଇସ୍ପାତ କାରଖାନା ସ୍ଥାପନ କରିବେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ । ୧୨ ଦିନିଆ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ସହିତ ସ୍ପେନ୍‌ ଓ ଦୁବାଇ ଯାଇଥିବା ଗାଙ୍ଗୁଲୀ କହିଛନ୍ତି ଯେ, ୫/୬ ମାସ ଭିତରେ କାରଖାନା ନିର୍ମାଣ ଶେଷ ହେବ।

ସୂଚନାନୁଯାୟୀ, ସେ କହିଛନ୍ତି, ଆମେ ପଶ୍ଚିମବଙ୍ଗରେ ତୃତୀୟ ଇସ୍ପାତ କାରଖାନା କାରଖାନା ନିର୍ମାଣ ଆରମ୍ଭ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ଅନେକେ ଭାବନ୍ତି ମୁଁ କେବଳ ଖେଳେ। କିନ୍ତୁ, ୨୦୦୭ରେ ଆମେ ଛୋଟ ଇସ୍ପାତ କାରଖାନାଟିଏ ଆରମ୍ଭ କରିଥିଲୁ। ୫/୬ ମାସ ଭିତରେ ଆମେ ମେଦିନୀପୁରରେ ନୂଆ ଇସ୍ପାତ କାରଖାନା ନିର୍ମାଣ କରିବୁ।

Related posts

ମଣିପୁରରେ ୭୦୦ରୁ ଊର୍ଦ୍ଧ୍ବ ମିଆଁମାର୍‌ ନାଗରିକ, ଫେରିଯିବାକୁ ନିର୍ଦ୍ଦେଶ

mahabharatanews

ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 

mahabharatanews

ପଶ୍ଚିମ ବଙ୍ଗର ୧୦ ନିଖୋଜ ପବର୍ତ୍ତାରୋହଣକାରୀଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର

mahabharatanews