ଓଡିଶା

୨୧ ଯାଏଁ ବର୍ଷା ସମ୍ଭାବନା, ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି  

(ଭୁବନେଶ୍ୱର) : ଘୂର୍ଣ୍ଣିବଳୟରେ ପ୍ରଭାବରେ ଆଜି ଓ ୨୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି। ଆଜି ରାଜ୍ୟର କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର ଅନେକାଂଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଏହି ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସୂଚନାନୁଯାୟୀ ,  ୨୧ ତାରିଖ ଦିନ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷାଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

Related posts

ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି କୃଷକ ସଂଗଠନ

mahabharatanews

ପାଣିପାଗ ବିଭାଗର ସତର୍କ ସୂଚନା

mahabharatanews

ପୁରୀରୁ ଆଉ ୮୬ କରୋନା ପଜିଟିଭ ଚିହ୍ନଟ

mahabharatanews