(ସମ୍ବଲପୁର) : ନୂଆଖାଇ ବାସି ପାଳୁଛି ପଶ୍ଚିମ ଓଡିଶା । କାହିଁ କେତେ ଦୂରରେ ଥିବା ପରିବାର ଲୋକେ ଓ କୁଣିଆ ସମସ୍ତେ ଏକାଠି ହୋଇଛନ୍ତି । ଘରେ ଘରେ ନବାନ୍ନ ସହିତ ପିଠାପଣାରେ ଚତୁର୍ଦ୍ଦିଗ ମହକି ଉଠିଛି । ଅଧିକାଂଶ ଗ୍ରାମରେ ନୂଆଖାଇ ଭେଟଘାଟ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଗ୍ରାମବାସୀ ଏକତ୍ରିତ ହୋଇ ନୂଆଖାଇ ଭେଟଘାଟ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତିି ।
ସୂଚନାନୁଯାୟୀ, ଗତକାଲି ସମସ୍ତେ ମିଶି ନବାନ୍ନ ଭକ୍ଷଣ କରିଛନ୍ତି । ନୂଆଖାଇ ପାଇଁ ଜିଲ୍ଲାର ହାଟ ବଜାରରେ ନୂଆଧାନ, କୁରେଇ ପତ୍ର , ନୂଆ ମାଟି ପାତ୍ର, କପଡା ବିକ୍ରି ହେଉଥିବା ଦୋକାନ ଗୁଡିକରେ ପ୍ରବଳ ଭିଡ଼ ଦେଖାଯାଇଥିଲା । ପରିବାର ଠାରୁ ଦୂରରେ ରହିଥିବା ଲୋକେ ଘର ବାହୁଡିବା ସହିତ ମିଳିମିଶି ନବାନ୍ନ ଭକ୍ଷଣ କରିଛନ୍ତି ।