ଓଡିଶା

 ସ୍କ୍ରବ୍ ଟାଇଫସ୍‌ ଆତଙ୍କ; ବଲାଙ୍ଗୀରରେ ୩୩୭ ଆକ୍ରାନ୍ତ ଚିହ୍ନଟ 

(ଭୁବନେଶ୍ୱର) : ସୁନ୍ଦରଗଡ଼ ପରେ ଚିନ୍ତା ବଢାଇଲା ବଲାଙ୍ଗୀର। ବଲାଙ୍ଗୀର ଜିଲ୍ଲାରେ ଗତ ଦୁଇମାସ ଭିତରେ ମୋଟ୍ ୩୩୭ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଏହା ରାଜ୍ୟରେ ସର୍ବାଧିକ। ଗତ ଅଗଷ୍ଟ ମାସରେ ୧୭୨ ଓ ସେପ୍ଟେମ୍ବର ମାସରେ ଏଯାଏ ୧୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଏହା ଏକ ବର୍ଷାକାଳୀନ ରୋଗ। ଆଗରୁ ଏହା ଥିଲା। ପୁଣି ଏହି ରୋଗ ଫେରିଛି। ଏଥିଲାଗି ଭୟଭୀତ ନ ହୋଇ ବରଂ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ନିଅନ୍ତୁ। ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଛି। ଜିଲ୍ଲାରେ କେତେକ ଆକ୍ରାନ୍ତ ଏବେ ବି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ କେତେକ ସୁସ୍ଥ ହୋଇ ଘରକୁ ଗଲେଣି।

Related posts

ରାଜନୈତିକ ଶତୃତାକୁ ନେଇ ଦୁଇ ଯୁବକଙ୍କୁ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

mahabharatanews

ପ୍ରେମିକ ପାଇଁ ପ୍ରେମିକାର ଥାନା ଆଗରେ ଆତ୍ମହତ୍ୟା ଧମକ

mahabharatanews

ଆସ୍ପାୟାନ ପକ୍ଷରୁ ଶିଶୁ ଅଧିକାର ସୁରକ୍ଷା ଅଭିଯାନ ଯାତ୍ରା

mahabharatanews