ଓଡିଶା

ଆଲୋଚନା ପରେ ଶିକ୍ଷକଙ୍କ ଆନ୍ଦୋଳନ ବନ୍ଦ 

(ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ସରିଛି | ଆଉ ଆଲୋଚନା ସରିବା ପରେ ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ସଂଘ ପକ୍ଷରୁ କୁହାଯାଇଛି | ପ୍ରାଥମିକ ଶିକ୍ଷକ ସଂଘର ମହାସଚିବଙ୍କ ସୂଚନା ମୁତାବକ ଭିଡିଓ କଲରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା ହୋଇଛି l

ସୂଚନାନୁଯାୟୀ, ବୈଠକରେ ମୁଖ୍ୟତଃ ଗ୍ରେଡ ପେ ବୃଦ୍ଧି କରିବା, କଳା କ୍ରୀଡା ଶିକ୍ଷକଙ୍କ କ୍ୟାରିଅର ଆଡଭାନ୍ସ ପଲିସି, ଏକ୍ସ କ୍ୟାଡରଙ୍କୁ ରେଗୁଲାର କରିବା, ପୁରୁଣା ପେନସନ ଲାଗୁ କରିବା ଭଳି ମୁଖ୍ୟ ଦାବି ଗୁଡ଼ିକ ଉପରେ ଆଲୋଚନା ହୋଇଛି । ଡିସେମ୍ବର ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଶିକ୍ଷକଙ୍କୁ ବୈଠକରେ ୫-ଟି ସଚିବ କହିଛନ୍ତି। ନୂଆବର୍ଷରେ ନୂଆ ଭେଟି ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ମିଳିପାରେ ବୋଲି ଆଶ୍ଵାସନା ମିଳିଛି । ତେଣୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି ସୂଚନା ମିଳିଛି l

Related posts

କାଳବୈଶାଖୀ ପ୍ରଭାବ : ୫ଦିନ ପ୍ରବଳ ଛେଚିବ ବର୍ଷା 

mahabharatanews

ରାଜ୍ୟରେ ୧୫୪୦ ନୂଆ କରୋନା ଚିହ୍ନଟ

mahabharatanews

ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୧୪୪ ଧାରା ଜାରି 

mahabharatanews