ଭାରତ

୧ରେ ସ୍ୱଚ୍ଛତା ପାଇଁ ୧ ଘଣ୍ଟା ଶ୍ରମଦାନ କରିବାକୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ 

(ଦିଲ୍ଲୀ) :  ୯ ବର୍ଷ ପୂର୍ବେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ପାଇଁ ଆହ୍ୱାନ ଦେଇଥିଲେ । ଯାହା ସ୍ୱଚ୍ଛତା ଏକ ଜାତୀୟ ଆଚରଣରେ ପରିଣତ ହେଲା ଏବଂ ସ୍ୱଚ୍ଛ ଭାରତ ମିସନ ଘରେ ଘରେ ପରିଚିତ ହେଲା। ଗାନ୍ଧି ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିଆରା ଆହ୍ୱାନ ଦେଇଛନ୍ତି। ମନ୍ କୀ ବାତ୍‌ର ୧୦୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ଯେ ଅକ୍ଟୋବର ୧ ତାରିଖ ସକାଳ ୧୦ଟାରେ ସମସ୍ତ ନାଗରିକ ମିଳିତ ଭାବେ ବାପୁଙ୍କ ଜୟନ୍ତୀ ଅବସରରେ ତାଙ୍କ ପାଇଁ ‘ସ୍ୱଚ୍ଛାଞ୍ଜଳି’ ଭାବେ ପାଳନ କରିବେ।

ସୂଚନାନୁଯାୟୀ , ସ୍ୱଚ୍ଛତା ହିଁ ସେବା ଅଭିଯାନ ସମ୍ପର୍କରେ ସେ କହିଛନ୍ତି, ଅକ୍ଟୋବର ପହିଲା ଅର୍ଥାତ୍ ରବିବାର ସକାଳ ୧୦ଟାରେ ସ୍ୱଚ୍ଛତା ଉପରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଆପଣମାନେ ମଧ୍ୟ ସ୍ୱଚ୍ଛତା ସମ୍ବନ୍ଧୀୟ ଏହି ଅଭିଯାନରେ ସମୟ ବାହାର କରି ସାହାଯ୍ୟ କରିବା ଉଚିତ୍ । ଆପଣ ନିଜ ରାସ୍ତା କିମ୍ବା ଆଖପାଖ ଅଞ୍ଚଳରେ କିମ୍ବା କୌଣସି ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ କୌଣସି ସର୍ବସାଧାରଣ ସ୍ଥାନରେ ମଧ୍ୟ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇପାରିବେ।

Related posts

୧୦୦ ସୈନିକ ସ୍କୁଲକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି

mahabharatanews

ହନୁମାନ ପତାକାକୁ କାଢ଼ିବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ

mahabharatanews

ଭାରତରେ ପାଦଦେଲା ଓମିକ୍ରନ!

mahabharatanews