ମନୋରଞ୍ଜନ

ଭାଇରାଲ ହେଲା ପରି -ରାଘବଙ୍କ ବିବାହ ପରର ପ୍ରଥମ ଫୋଟୋ

(ମୁମ୍ବାଇ) : ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ସେପ୍ଟେମ୍ବର ୨୫ ତାରିଖ ରବିବାର ଦିନ ଆପ୍‌ ସାଂସଦ ରାଘବ ଚଢ଼ାଙ୍କୁ  ବିବାହ କରିଛନ୍ତି। ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସରେ ଉଭୟଙ୍କ ବାହାଘର ଧୁମ୍‌ଧାମ୍‌ରେ ସମ୍ପର୍ଣ୍ଣ ହୋଇଛି। ବିବାହ ପ‌ରେ ରାଘବ ଓ ପରିଣୀତିଙ୍କ ‌ଗୋଟିଏ ପରେ ଗୋଟିଏ ଫଟୋ  ସୋସିଆଲ ମିଡିଆରେ ପୋଷ୍ଟ ହେଉଛି।

ସୂଚନାନୁଯାୟୀ , ତେବେ ବିବ‌ାହ ସମୟରେ ମନିଷ ମଲହୋତ୍ରା ଡିଜାଇନ୍‌ କରିଥିବା ପୋଷାକକୁ ପରିଣୀତି  ଓ ରାଘବ ପିନ୍ଧି ଏକଦମ ପଞ୍ଜାବୀ ଲୁକ୍‌ରେ ନଜର ଆସିଥିଲେ। ବିବାହ ପରେ ପରିଣୀତି ଓ ରାଘବଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ରାଘବ କଳା ଓ ଧଳା ରଙ୍ଗର ‌କୋର୍ଟ ଓ ପ୍ୟାଣ୍ଟ ପିନ୍ଧିଥିବା ବେଳେ ପରିଣୀତି ମଥାରେ ସିନ୍ଦୁର ଲଗାଇ ଗୋଲାପୀ ରଙ୍ଗର ଶାଢ଼ି ଓ ଚୁଢ଼ି ପିନ୍ଧି ସ୍ବାମୀଙ୍କ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।

Related posts

ଫିଲ୍ମ ‘ଟାଇଗର ୩’; ୬୦ହଜାର ଅଗ୍ରୀମ ବୁକିଂ 

mahabharatanews

ଆସୁଛି ଭିକ୍କିଙ୍କର ୪ଟି ସିନେମା 

mahabharatanews

୧୧ରେ ଅନୁଷ୍ଠିତ ହେବ  ‘ଓସ୍କାର ୨୦୨୪’ 

mahabharatanews