ଓଡିଶା

ମୌସୁମୀ ଅଧିବେଶନର ଆଜି ତୃତୀୟ ଦିବସ 

(ଭୁବନେଶ୍ୱର) : ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିବସ । ଆଜି ବି ସରଗରମ ରହିପାରେ ଗୃହ । ବିରୋଧୀ ନିଜ ଜିଦ୍ ରେ ଅଟଳ ଅଛନ୍ତି । ଗତକାଲି ଭଳି ଆଜି ବି ୫ଟି ସଚିବ ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ ।

ସୂଚନାନୁଯାୟୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ, ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଏହା ସହ ପ୍ରତାପ ଜେନାଙ୍କ ପ୍ରସଙ୍ଗ ଉଠିପାରେ ବୋଲି ଅନୁମାନ କରାଯାଉଛି । ଗତକାଲି ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ସ୍ୱାଭାବିକ ବାବେ ଗୃହ ଚାଲି ପାରିନଥିଲା ।  ବିଜେପି ସଦସ୍ୟ ମାନେ ଗୃହରେ ଫାଇଭ୍-ଟି ସଚିବଙ୍କ ଗସ୍ତ ସମ୍ପର୍କରେ ପ୍ରସଙ୍ଗ ଉଠାଇ ନାରାବାଜି କରିଥିବାବେଳେ ବିଜେଡି ସଦସ୍ୟମାନେ କେନ୍ଦ୍ରୀୟ ଅବହେଳାର ପ୍ରସଙ୍ଗ ଉଠାଇଥିଲେ ।

Related posts

ବାଲେଶ୍ୱରରେ ୫ଟି ସଚିବଙ୍କ କୋରୋନା ସମୀକ୍ଷା

mahabharatanews

ନବଜ୍ୟୋତି ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

mahabharatanews

ଆଉ ୧୯୦୪ କରୋନା ସଂକ୍ରମିତ ରାଜ୍ୟରେ ଚିହ୍ନଟ

mahabharatanews