ଓଡିଶା

ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

(ଭୁବନେଶ୍ୱର) :  ବିଧାନସଭା ଗୃହରେ ପୁଣି ହଟ୍ଟଗୋଳ ।  ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହରେ ପ୍ରଶ୍ନକୁ ରିଜେକ୍ଟ କରାଯାଉଥିବା ନେଇ ବିଜେପି ବିଧାୟକମାନେ ପାଟିତୁଣ୍ଡ କରିଥିଲେ।

ସୂଚନାନୁଯାୟୀ , ତେଣେ ଏମଏସପି ପ୍ରସଙ୍ଗ ଉଠାଇ ଶାସକ ବିଜେଡିର ସଦସ୍ୟମାନେ ବି ହଟ୍ଟଗୋଳ କରିଥିଲେ। ଏହାଫଳରେ ଦିନ୧୨ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ଏଣେ ଗୃହର ସୁପରିଚାଳନା ଲାଗି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। କିନ୍ତୁ ତାହା ସଫଳ ହୋଇନଥିଲା। ବିଧାନସଭା ଗତକାଲି ହୁଲସ୍ତୁଲ ହୋଇଥିଲା। ୫-ଟି ସଚିବଙ୍କ ଗସ୍ତ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମିଳୁ ନଥିବା ପ୍ରତିବାଦରେ ବିଜେପି ସଭ୍ୟମାନେ ଭୀଷଣ ହଟ୍ଟଗୋଳ କରିଥିଲେ। ଦିନତମାମ ଗୃହ ମଧ୍ୟ ଭାଗରେ ନାରାବାଜି କରିବାରୁ ଗୃହ କାର୍ଯ୍ୟ ହୋଇପାରି ନଥିଲା।

Related posts

ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ

mahabharatanews

ରେଳ ଷ୍ଟେସନରେ ମାଓ ପୋଷ୍ଟର

mahabharatanews

ଅଷ୍ଟମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

mahabharatanews