ଓଡିଶା

୧୦ରେ ରାଜ୍ୟବ୍ୟାପି ବସ୍‌ ଧର୍ମଘଟ

(ଭୁବନେଶ୍ୱର) :  ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍‌ ଧର୍ମଘଟ । ଏନେଇ ବସ୍‌ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ସଂଘ୍ । ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସ୍‌ ବନ୍ଦ । ସେହି ଦିନ ମାଲକାନଗିରିରୁ ‘ଲକ୍ଷ୍ମୀ’ ଆରମ୍ଭ ହେଉଥିବାରୁ ବସ୍‌ ବନ୍ଦ ରହିଛି ।
ସୂଚନାନୁଯାୟୀ ,  ‘ଲକ୍ଷ୍ମୀ’ ଯୋଜନା ହେତୁ ୧୪ହଜାରରୁ ଅଧିକ ଘରୋଇ ବସ୍ କର୍ମଚାରୀଙ୍କ ପରିବାର ପ୍ରଭାବିତ ହେବେ ବୋଲି ସଂଘ କହିଥିଲା । ଘରୋଇ ବସ୍ କର୍ମଚାରୀମାନଙ୍କ ଜୀବିକା ପ୍ରଭାବିତ ହେବାର ଆଶଙ୍କା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହେବା ଜରୁରୀ ବୋଲି କୁହାଯାଇଥିଲା । ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ୍ ଦୁଇ ସପ୍ତାହ ତଳେ ‘ଲକ୍ଷ୍ମୀ’ ଯୋଜନାକୁ ଅନୁମୋଦନକରିଥିଲା । ଏଥିରେ ପ୍ରତ୍ୟେକ ପଞ୍ଚାୟତରୁ ରାଜଧାନୀକୁ ବସ୍ ଚଳାଚଳ କରିବ ବୋଲି ଉଲ୍ଲେଖ ଅଛି ।

Related posts

ନଈରୀରେ ଅନୁଷ୍ଠିତ ହେଉଛି ୮ମ ଶ୍ରୀଜଗନ୍ନାଥ ମହୋତ୍ସବ…

mahabharatanews

ଡିନାମାଇଟ ବ୍ଳାଷ୍ଟ କରି ମାଛମରା ବନ୍ଦ କରିବାକୁ ଦାବି

mahabharatanews

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews