ଓଡିଶା

ବଢୁଛି ଡେଙ୍ଗୁର ପ୍ରାଦୁର୍ଭାବ,ମଶା ଶରୀରରେ ପରିବର୍ତ୍ତନ

(ଭୁବନେଶ୍ୱର) :  ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଡେଙ୍ଗୁରକୁ ନେଇ ପୁଣି ଚିନ୍ତା ବଢିବାରେ ଲାଗିଛି । ଓଡ଼ିଶାର ଏଡିସ୍ ମଶାର ୩ଟି ପ୍ରଜାତି ଏଜିପ୍ଟାଆଇ, ଆଲବୋପିକ୍ଟସ ଓ ଭିଟାଟସ୍ ଦେଖିବାକୁ ମିଳିଥାଏ । ଆଲବୋପିକ୍ଟସ ପ୍ରଜାତିର ଶରୀରରେ କ’ଣ ପରିବର୍ତ୍ତନ ହୋଇଛି, ଯେଉଁଥିପାଇଁ ଡେଙ୍ଗୁ ହେଉଛି ତାହା ଉପରେ ଅନୁଧ୍ୟାନ କରାଯାଉଛି । ଯେହେତୁ ଏବେ ଓଡ଼ିଶାରେ ଏଡିସ୍‌ ମଶାର ଦୁଇଟି ପ୍ରଜାତି ଡେଙ୍ଗୁ ରୋଗ ସୃଷ୍ଟି କରିପାରୁଛନ୍ତି, ଏ ଦୃଷ୍ଟିରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିବା ସ୍ବାଭାବିକ । ଡେଙ୍ଗୁ ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ ତାହା ଉପରେ ଗବେଷଣା ଜାରି ରହିଛି ।

ସୂଚନାନୁଯାୟୀ ,  ପୂର୍ବରୁ ସହରାଞ୍ଚଳରେ ଏଜିପ୍ଟାଆଇ ପ୍ରଜାତି ଅଧିକ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଆଲବୋପିକ୍ଟସ ପ୍ରାଧାନ୍ୟ ବିସ୍ତାର କରୁଛି । ବିଶେଷଜ୍ଞଙ୍କ ମତରେ ଏଜିପ୍ଟାଆଇ ମଶା ସ୍ଥିର ପାଣି ସହ ଜମି ରହୁଥିବା ସ୍ୱଚ୍ଛ ପାଣିରେ ଏହା ବଂଶବିସ୍ତାର କରିଥାଏ ।  ହେଲେ ଆଲବୋପିକ୍ଟସ ପ୍ଲାଂଟ , ଗଛଲତାରେ ରହିଥାଏ । ରାଜ୍ୟରେ ଏବେ ଡେଙ୍ଗୁର ନମୁନା ପରୀକ୍ଷା ୧  ଲକ୍ଷ ପାର୍ କରିଛି । ତହିଁରୁ ୭୦୦୦ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts

ଉଦ୍ଘାଟିତ ହେଲା ଓଡିଶାର ପ୍ରଥମ ସ୍ୱତନ୍ତ୍ର ଅଣ୍ଡା ଷ୍ଟୋର୍, ଓଭୋ ଫାର୍ମର କେନଙ୍କୋ ଏଗଷ୍ଟ୍ରା

mahabharatanews

ବିଜେଡି କରୁଛି ରକ୍ତଦାନ

mahabharatanews

ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି କଙ୍ଗାରୁ କୋର୍ଟ ଘଟଣା, ଭାଇରାଲ ଭିଡିଓ ଆଧାରରେ ତଦନ୍ତ କରୁଛି ପୋଲିସ

mahabharatanews