ଓଡିଶା

୧୦ରେ ରାଜ୍ୟବ୍ୟାପି ବସ୍‌ ଧର୍ମଘଟ

(ଭୁବନେଶ୍ୱର) :  ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍‌ ଧର୍ମଘଟ । ଏନେଇ ବସ୍‌ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ସଂଘ୍ । ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସ୍‌ ବନ୍ଦ । ସେହି ଦିନ ମାଲକାନଗିରିରୁ ‘ଲକ୍ଷ୍ମୀ’ ଆରମ୍ଭ ହେଉଥିବାରୁ ବସ୍‌ ବନ୍ଦ ରହିଛି ।

ସୂଚନାନୁଯାୟୀ ,  ‘ଲକ୍ଷ୍ମୀ’ ଯୋଜନା ହେତୁ ୧୪ହଜାରରୁ ଅଧିକ ଘରୋଇ ବସ୍ କର୍ମଚାରୀଙ୍କ ପରିବାର ପ୍ରଭାବିତ ହେବେ ବୋଲି ସଂଘ କହିଥିଲା । ଘରୋଇ ବସ୍ କର୍ମଚାରୀମାନଙ୍କ ଜୀବିକା ପ୍ରଭାବିତ ହେବାର ଆଶଙ୍କା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହେବା ଜରୁରୀ ବୋଲି କୁହାଯାଇଥିଲା । ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ୍ ଦୁଇ ସପ୍ତାହ ତଳେ ‘ଲକ୍ଷ୍ମୀ’ ଯୋଜନାକୁ ଅନୁମୋଦନକରିଥିଲା । ଏଥିରେ ପ୍ରତ୍ୟେକ ପଞ୍ଚାୟତରୁ ରାଜଧାନୀକୁ ବସ୍ ଚଳାଚଳ କରିବ ବୋଲି ଉଲ୍ଲେଖ ଅଛି ।

Related posts

ବୋଲେରୋ ଧକ୍କାରେ ବାଇକ୍ ଆରୋହୀ ମୃତ

mahabharatanews

ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜରେ ଷ୍ଟାଇପେଣ୍ଡରେ ବୃଦ୍ଧି…

mahabharatanews

୩୧ ଯାଏ ନବରଙ୍ଗପୁର ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ

mahabharatanews