(ଅମୃତସର) : ଲଙ୍ଗରରେ ବାସନ ଧୋଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଗାନ୍ଧି ଜୟନ୍ତୀ ଅବସରରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ପବିତ୍ର ମନ୍ଦିର ଶ୍ରୀ ହରମନ୍ଦିର ସାହେବରେ ନତମସ୍ତର ହୋଇ ଲଙ୍ଗରରେ ବାସନ ଧୋଇ ସେବା କରିଛନ୍ତି ରାହୁଲ ଗାନ୍ଧି । ଏହି ବ୍ୟକ୍ତିଗତ ପରିଦର୍ଶନରେ ଆସିଥିବା ରାହୁଲଙ୍କୁ ପଗଡ଼ି ବଦଳରେ ତାଙ୍କ ମୁଣ୍ତରେ ନୀଳ ରଙ୍ଗର ପତାକା ବାନ୍ଧିଥିଲେ ।
ସୂଚନାନୁଯାୟୀ , ତେବେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ସହ ଯୋଡି ହେବା ପାଇଁ ପ୍ରୟାସ କରୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ତେବେ ପୂର୍ବରୁ କଂଗ୍ରେସ ସାଂସଦ ଭାରତ ଯୋଡୋ ଯାତ୍ରା ସମୟରେ ଅମୃତସର ଆସିଥିଲେ । ରାହୁଲ ଗାନ୍ଧି ଅମୃତସର ମନ୍ଦିରରେ ପହଞ୍ଚିବା ପରେ ସେବା କରିଥିଲେ । ଲଙ୍ଗରରେ ବାସନ ଧୋଇବାର ଫଟୋ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି । ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ଏହି ଗସ୍ତକୁ ନେଇ କଂଗ୍ରେସ କହିଛି ଯେ ଏହା ରାହୁଲଙ୍କର ବ୍ୟକ୍ତିଗତ ଅଟେ । ଏହା ପଛରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନାହିଁ ବୋଲି କଂଗ୍ରେସ ସୂଚନା ଦେଇଛି ।
