ଓଡିଶା

ରାଜଧାନୀରେ ରାତି ୧୨ଟା ଯାଏଁ ଚାଲିବ ମେଲୋଡ଼ି

(ଭୁବନେଶ୍ୱର) : ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାଶାୟୀ ହେବେ ଜଗତଜନନୀ ମା ଦୁର୍ଗା   । ଏ ନେଇ ଚଳଚଞ୍ଚଳ ହୋଇପଡିଲାଣି ଗାଁ ଠୁ ସହର । ଜୋରଦାରରେ ଚାଲିଛି ପ୍ରସ୍ତୁତି । ଏହି ସମୟରେ ଏଥର ରାତି ଅଧ ଯାଏଁ କମ୍ପିବ ରାଜଧାନୀ । ମଣ୍ଡପରେ ଲାଗିବ ଭିଡ଼ । ତା ସହ ରାତି ୧୨ଟା ଯାଏଁ ଚାଲିବ ମେଲୋଡ଼ି । ପୂର୍ବରୁ ରାତି ୧୦ଟା ପର୍ଯ୍ୟନ୍ତ ମେଲୋଡ଼ି ହେଉଥିଲା । ଏଥ ଅଧିକ ୨ଘଣ୍ଟା ପାଇଁ ମିଳିଛି ଅନୁମତି ।

ସୂଚନାନୁଯାୟୀ, ଦୁର୍ଗାପୂଜା ଓ ଭସାଣୀ ପାଇଁ ପୋଲିସ-ପୂଜା କମିଟିର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ଦୁର୍ଗାପୂଜାରେ ୧୮୩ପୂଜା ମଣ୍ଡପ ହେଉଛି । ତେଣୁ ଆଇନ ଶୃଙ୍ଖଳା ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ ପୋଲିସ୍ । ମଣ୍ଡପରେ ଲାଗିବ ଭିଡ଼ । ତା ସହ ରାତି ୧୨ଟା ଯାଏଁ ଚାଲିବ ମେଲୋଡ଼ି ।

Related posts

ଶିମିଳିପାଳ ଭ୍ରମଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ସମସ୍ତ ପଦ ପଦବୀରୁ ଇସ୍ତଫା ଦେଲେ ସୁର ରାଉତରାୟ

mahabharatanews

ନକ୍ସଲଙ୍କ ଚ୍ୟାଲେଞ୍ଜ: ଠିକାଦାରଙ୍କୁ ହତ୍ୟା, ବାହନ ପୋଡି

mahabharatanews