ମନୋରଞ୍ଜନ

ଇଡିକୁ ୨ସପ୍ତାହର ସମୟ ମାଗିଲେ ରଣବୀର 

(ମୁମ୍ବାଇ) : ବଲିଉଡର ଚକୋଲେଟ୍ ବଏ ରଣବୀର କପୁରଙ୍କୁ ସମନ ଜାରି କରି ପଚରାଉଚରା ପାଇଁ ଡକାଇଥିଲା ଇଡି। ରଣବୀରଙ୍କୁ ଶୁକ୍ରବାର ସକାଳ ୧୦ଟାରେ ଇଡି ଅଫିସରେ ହାଜର ହେବାକୁ କୁହାଯାଇଥିଲା। ଏବେ ସମନ ପାଇବା ପରେ ରଣବୀର ୨ସପ୍ତାହର ସମୟ ମାଗିଛନ୍ତି। ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ‌ଏବେ ବଲିଉଡ ସେଲିବ୍ରିଟିଙ୍କ ଉପରେ। ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଆପ୍‌କୁ ନେଇ ତଦନ୍ତ କରି ଏବେ ସେଲିବ୍ରିଟିମାନଙ୍କ ଉପରେ କଟକଣା ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି।

 

ସୂଚନାନୁଯାୟୀ , ରଣବୀର କପୁର ଦୁଇ ସପ୍ତାହ ସମୟ ମାଗି ଇଡିକୁ ଏକ ମେଲ ଲେଖିଛନ୍ତି। ମେଲରେ ଅଭିନେତା ବ୍ୟକ୍ତିଗତ ପାରିବାରିକ କାମ ଏବଂ ପୂର୍ବରୁ ଧାର୍ଯ୍ୟ ଥିବା କାମ ପାଇଁ ସମୟ ମାଗୁଥିବା ଉଲ୍ଲେଖ କରିଛନ୍ତି। ତେବେ ରଣବୀରଙ୍କ ବ୍ୟତୀତ ଏବେ ଏହି ମାମଲାରେ ବଲିଉଡ ଅଭିନେତ୍ରୀ ହୁମା କୁରେଶୀ, ହିନା ଖାନ୍ ଓ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ସମନ ଜାରି କରି ପଚରାଉଚରା ପାଇଁ ଡକାଇଛି ଇଡି।

Related posts

ମା ହେବାକୁ ଯାଉଛନ୍ତି ଦୀପିକା ପାଦୁକୋନ

mahabharatanews

ରିଲିଜ ହେଲା ଚଳଚ୍ଚିତ୍ର ‘ଖତ୍ରା, ଡେଞ୍ଜରିୟସ’ର ଟ୍ରିଜର

mahabharatanews

ନୂଆ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ଧର୍ମେନ୍ଦ୍ର

mahabharatanews