ଭାରତ

ସେନା ଶିବିରରୁ ବିସ୍ଫୋରକ ଧୋଇ ହେବା ସମ୍ଭାବନା, ଫସିଛନ୍ତି ୩୦୦୦ ଲୋକ

(ସିକିମ) :  ଉତ୍ତର-ପୂର୍ବ ସିକ୍କିମରେ ପ୍ରକୃତିର ଭୟଙ୍କର ରୁପ ଦେଖିବା ପାଇଁ ମିଳିଛି । ବାଦଲ ଫଟା ବର୍ଷା ଯୋଗୁଁ ହଠାତ୍ ବନ୍ୟା ଆସିଛି । ଏହା ସତ୍ତ୍ୱେ ସେନା ଏବଂ NDRF ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୟଙ୍କର ବନ୍ୟା ରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ହେଲିକପ୍ଟର ସାହାଯ୍ୟରେ ଏହି ବନ୍ୟାରେ ଫସି ରହିଥିବା ହଜାର ହଜାର ଲୋକଙ୍କୁ ଉଦ୍ଧାର କରିବାକୁ ସେନା ଯୋଜନା କରିଛି।

ସୂଚନାନୁଯାୟୀ , ବନ୍ୟା ଯୋଗୁଁ ସେନା ଶିବିରରୁ ବିସ୍ଫୋରକ ଏବଂ ଗୁଳି ଧୋଇ ହେବାର ସମ୍ଭାବନା ରହିଛି ବୋଲି ସରକାର ଚେତାବନୀ ଦେଇଛନ୍ତି । ସିକ୍କିମର ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ୩୦୦୦ ଲୋକ ଫସି ରହିଛନ୍ତି । ହେଲିକପ୍ଟର ସାହାଯ୍ୟରେ ସେନା ଏବଂ ବାୟୁସେନା ସମସ୍ତଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି।

Related posts

ହାତରେ ରାକ୍ଷୀ ବାନ୍ଧିଲେ ପ୍ରଧାନମନ୍ତ୍ରୀ 

mahabharatanews

୪ ମେଡିକାଲ କଲେଜର ଶିଳାନ୍ୟାସ କଲେ ମୋଦି

mahabharatanews

୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସା

mahabharatanews