ଓଡିଶା

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର

(ଭୁବନେଶ୍ୱର) : ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର । ସିକ୍କିମ ବନ୍ୟାରେ ସହିଦ ହୋଇଛନ୍ତି ଓଡ଼ିଆ ପୁଅ ସରୋଜ କୁମାର ଦାସ । ତାଙ୍କ ପାର୍ଥିବ ଶରୀର ସିକିମରୁ ପ୍ରଥମେ ସିଧା ଭୁବନେଶ୍ୱର ଅଣାଯିବ । ସେଠାରୁ ସହିଦଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରରେ ନିଜ ଗାଁକୁ ନିଆଯିବ ।

ସୂଚନାନୁଯାୟୀ , ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଗାଁରେ ଶେଷକୃତ୍ୟ ସଂପନ୍ନ କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସିକ୍କିମରେ ଭୟଙ୍କର ବନ୍ୟାରେ ଭାସିଯାଇଥିଲେ ୨୩ଯବାନ । ସେଥିରେ ଓଡ଼ିଶାର ସରୋଜ ଦାସ ସହିଦ୍ ହୋଇଛନ୍ତି । ସରୋଜ ସହିଦ ହୋଇଥିବା କଥା ଦୁଇ ଦିନ ତଳେ ଅପରାହ୍ନ ୨ ଟା ବେଳେ ତାଙ୍କ ପରିବାରକୁ ସେନା ପକ୍ଷରୁ ଖବର ଦିଆଯାଇଥିଲା ।

Related posts

ତୁରନ୍ତ ଋଣ ଶୁଝିବାକୁ ଏସଏଚଜି ଗ୍ରୁପ ମହିଳାଙ୍କୁ ଫାଇନାନ୍ସ କମ୍ପାନୀର ଧମକ

mahabharatanews

ସାଲିଆ ସାହିରେ ଦନ୍ତା ଆତଙ୍କ

mahabharatanews

ବଦଳିଛି ସହର, ବଦଳିଛି ପରିବେଶ । ୭୫ ବର୍ଷରେ ପାଦ ଥାପିଛି ଏକାମ୍ରକ୍ଷେତ୍ର ।

mahabharatanews