ଭାରତ

ବଙ୍ଗଳା ଖାଲି କରିବେ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା

(ଦିଲ୍ଲୀ) :  ବଙ୍ଗଳା ଖାଲି କରିବେ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା । ସେ କହିଛନ୍ତି ଯେ ବିଜେପି ନିର୍ଦ୍ଦେଶରେ ତାଙ୍କ ସରକାରୀ ଘର ଆବଣ୍ଟନ ବାତିଲ କରାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ତଥା ନିଜ ସ୍ୱାର୍ଥ ପାଇଁ ବିଜେପି ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଉଦ୍ୟମ କରୁଛି ।

ସୂଚନାନୁଯାୟୀ , ରାଘବ ଚଢାଙ୍କୁ ବର୍ତ୍ତମାନ ଲୁଟିୟନ୍ସ ଦିଲ୍ଲୀରେ ଟାଇପ୍ -୭ ବଙ୍ଗଳା ଛାଡିବାକୁ ପଡିପାରେ। ଶୁକ୍ରବାର ଦିନ ଦିଲ୍ଲୀର ଏକ କୋର୍ଟ କହିଛନ୍ତି ଯେ ଆବଣ୍ଟନ ବାତିଲ ହେବା ପରେ ରାଘବ ଚଢାଙ୍କର ସେହି ବଙ୍ଗଳା ଉପରେ କୌଣସି ଅଧିକାର ନାହିଁ । ଏହାପୂର୍ବରୁ ଏପ୍ରିଲରେ କୋର୍ଟ ରାଘବ ଚଢାଙ୍କୁ ସରକାରୀ ବାସଭବନ ଖାଲି କରିବା ନିର୍ଦ୍ଦେଶରେ ରୋକ୍ ଲଗାଇଥିଲେ କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ନିଆଯାଇଛି।

Related posts

ଭୂକମ୍ପ ଝଟ୍‌କାରେ ଥରିଲା ଇଣ୍ଡୋନେସିଆ

mahabharatanews

ଯୁଦ୍ଧ ମୈଦାନକୁ ଛାଡ଼ିବ ରୋବୋଟିକ୍ ଡଗ୍

mahabharatanews

ବୁଡିଗଲା ମାଛଧରା ଟ୍ରଲର: ମୃତ୍ୟୁ ସଂଖ୍ୟା ୩୦୦, କାଶ୍ମୀରର ୧୩୫ ଜଣ 

mahabharatanews