ଭାରତ

ଅଲବିଦା ୨୦୦୦ ଟଙ୍କିଆ ନୋଟ୍ 

(ଦିଲ୍ଲୀ) : ଆଜି ପର ଠାରୁ ଆଉ ଦେଖିବାକୁ ମିଳିବିନି ୨୦୦୦ ଟଙ୍କିଆ ନୋଟ୍ । ଆଜି ଦାଖଲ କରିବାର ରହିଛି ଶେଷ ଦିନ । ଏହା ପରେ କାଲି ଠାରୁ ଏହା ଅଚଳ ହୋଇଯିବ । କାଲିଠାରୁ ଭାରତରେ ୨୦୦୦ଟଙ୍କା ନୋଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ୨୦୦୦ ଟଙ୍କିଆ ନୋଟ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ସମୟ ଆଜି ଶେଷ ହେଉଛି ।

ସୂଚନାନୁଯାୟୀ , ମେ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୋଟ୍‌ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ପର୍ଯ୍ୟନ୍ତ ସମୟ ଦେଇଥିଲା । ଏହା ପରେ, ଏହାର ଅବଧି ଅକ୍ଟୋବର ୭ ପର୍ଯ୍ୟନ୍ତ ଏହାର ସମୟ ସୀମା ବୃଦ୍ଧି କରାଯାଇଥିଲା । ଆଜି ଶନିବାର ଥିବାରୁ ଅନେକ ବ୍ୟାଙ୍କରେ ଅଧା ଦିନ ଅଫିସ୍ କାର୍ଯ୍ୟ ରହିବ । ତେଣୁ ଗ୍ରାହକଙ୍କୁ ନୋଟ ବଦଳାଇବାକୁ କମ ସମୟ ମିଳିବ ।

Related posts

ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ

mahabharatanews

‘ପୁଷ୍ପକ’ର ସଫଳ ଅବତରଣ

mahabharatanews

ଗେରୁଆ ରଙ୍ଗରେ ଦୂରଦର୍ଶନ ଲୋଗୋ

mahabharatanews