ଓଡିଶା

୫ଦିନ ପୂର୍ବରୁ ଫେରିଯିବ ମୌସୁମୀ

(ଭୁବନେଶ୍ୱର) : ଫେରିଯିବ ମୌସୁମୀ । ବିଳମ୍ବରେ ଆସିଲା ହେଲେ ଶୀଘ୍ର ଫେରିଯିବ । ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି l ସେପଟେ ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିଥିବା ବେଳେ ବାୟୁମଣ୍ଡଳରୁ ଜଳୀୟବାଷ୍ପର ପରିମାଣ କମୁଛି । ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ରହିଛି । ଚଳିତ ବର୍ଷ ଜୁନ୍ ୨୨ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା । ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ବଡ ବର୍ଷାର ସମ୍ଭାବନା ନାହିଁ । ତାପମାତ୍ରା ବୃଦ୍ଧି କରିବ ଶୁଖିଲା ପାଗ ।

ସୂଚନାନୁଯାୟୀ , ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜାମ୍ମୁ-କାଶ୍ମୀର, ଲଦାଖ, ଗିଲ୍‌‌ଗିଟ୍‌‌, ବାଲ୍‌‌ତିସ୍ତାନ, ମୁଜାଫରାବାଦ୍‌‌, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶର କେତେକ ଅଞ୍ଚଳ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଏବଂ କୋଙ୍କଣ ଅଞ୍ଚଳରୁ ଅପସାରିତ ହୋଇ ଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ, ଗୁଜରାଟ ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳରୁ ଅପସାରିତ ହୋଇଛି । ଓଡ଼ିଶାରେ ମୌସୁମୀ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର ୧୫ ଥିବା ବେଳେ ୫ ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ।

Related posts

କାଲିଠାରୁ ପାସ୍ ନ ଥିଲେ ଗଡିବନି ଗାଡି

mahabharatanews

ବହୁ ଆଡମ୍ୱରରେ ପାଳନ ହେଲା ପଡ଼ା ଗ୍ରାମରେ ବାର୍ଷିକ ହରିମେଳା

mahabharatanews

ପାଞ୍ଚ ବର୍ଷରେ ୧୧ ହଜାର ୨୭୮ ନାବାଳିକା ନିଖୋଜ

mahabharatanews