ଓଡିଶା

୧୪ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ 

(ଶିମିଳିପାଳ) : ଆସନ୍ତା ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ନଭେମ୍ବର ବଦଳରେ ଚଳିତବର୍ଷ ଅକ୍ଟୋବର ୧୪ ଖୋଲିବାକୁ ଯାଉଛି ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  ଏଥର ଦୁର୍ଗାପୂଜାରେ ପର୍ଯ୍ୟଟକ ଶିମିଳିପାଳ ଭ୍ରମଣ ଓ ରାତ୍ର ରହଣୀର ସୁବିଧା ପାଇପାରିବେ । ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଧାର୍ଯ୍ୟ କରାଯାଇଛି ।

ସୂଚନାନୁଯାୟୀ , ରାତ୍ରୀଯାପନ ପାଇଁ ପର୍ଯ୍ୟଟକ ଓ୍ବେବସାଇଟରେ ଅଗ୍ରୀମ ବୁକିଂ କରିପାରିବେ । ସାଧାରଣତଃ ବର୍ଷା ସମୟରେ ଶିମିଳିପାଳ ଜଙ୍ଗଲ ଓ ପାହାଡ଼ରୁ ମାଟିପଥର ଅତଡ଼ା ଖସିବାର ସମ୍ଭାବନା ରହିଥାଏ। ଜଙ୍ଗଲ ଭିତରେ ସଂକୀର୍ଣ୍ଣ ରାସ୍ତା ବି ଯାତାୟତ ପାଇଁ ସମସ୍ୟା ସୃଷ୍ଟି କରେ। ତେଣୁ ସବୁବର୍ଷ ଭଳି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରୁହେ । ବର୍ଷା ଋତୁ ଆସିବା ମାତ୍ରେ ଜୁନ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ ଓ ନଭେମ୍ବର ପହିଲାରେ ଖୋଲିଥାଏ । ତେବେ ଚଳିତ ବର୍ଷ ଅକ୍ଟୋବର ୧୪ରୁ ଖୋଲିବ ଶିମିଳିପାଳ ।

Related posts

ପାଇକମାଳ ବିନ୍ଧ୍ୟବାସିନୀ କଲେଜ୍ ରେ ବାର୍ଷିକ ଉତ୍ସବ

mahabharatanews

ବଡ ଭାଇକୁ ହତ୍ୟା କରି ପୋତିଥିଲା ସାନ ଭାଇ

mahabharatanews

କରୋନା କଟକଣା ଭିତରେ ପାଳିତ ହେବ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ

mahabharatanews