ଭାରତ

ପୁଣି ବାଣ ଗୋଦାମରେ ପ୍ରଚଣ୍ଡ ବିସ୍ଫୋରଣ, ୭ମୃତ

(ତାମିଲନାଡୁ) : ତାମିଲନାଡୁରେ ବାଣ ଗୋଦାମରେ ପୁଣି ପ୍ରଚଣ୍ଡ ବିସ୍ଫୋରଣ । ସୋମବାର ଦିନ ଆରିୟାଲୁର ଜିଲ୍ଲାର ଏକ ବାଣ ଗୋଦାମରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି।  ଆରିୟାଲୁର ଜିଲ୍ଲାର କେଲାପାଲୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଭେଟ୍ରିୟୁର ବିରାଗାଲୁରରେ ଘଟିଛି। ତେବେ ଦୁର୍ଘଟଣାଟି ସକାଳ ପ୍ରାୟ ୯ .୩୦ ସମୟରେ ଘଟିଥିବା  ସୂଚନା ମିଳିଛି ।

ପୋଲିସର ଦେଇଥିବା ସୂଚନା ଅନୁସାରେ, ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଘଟଣା ସହ ଜଡିତ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ଚାରିଆଡେ ଭୟଙ୍କର ନିଆଁ ଲାଗିଥିବାର ଦେଖିବା ପାଇଁ ମିଳୁଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Related posts

ଶୀତକାଳୀନ ଅଧିବେଶନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍‌ଜୁ ସୂଚନା ଦେଇଛନ୍ତି

mahabharatanews

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ନେଇ ରାଇରଙ୍ଗପୁରରେ ଆନନ୍ଦ

mahabharatanews

ଗୋଟିଏ ପ୍ଲାଟଫର୍ମରେ ଶକ୍ତି ପ୍ରଦର୍ଶନ କରିବେ ବିରୋଧୀ

mahabharatanews