ମନୋରଞ୍ଜନ

ପ୍ରଶଂସା ସାଉଁଟୁଛି କ୍ୟାଟ୍ରିନା କୈଫଙ୍କର ଆକ୍ସନ୍ ଲୁକ 

(ମୁମ୍ବାଇ) : ବଲିଉଡର  ଦବଙ୍ଗ ସଲମାନ ଖାନ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଟାଇଗର ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଦିପାବଳୀରେ ପ୍ରେକ୍ଷାଳୟରେ ରିଲିଜ୍ ହେବ । ବର୍ତ୍ତମାନ ଏହି ଫିଲ୍ମ ସହ ଜଡିତ ଏକ ନୂଆ ଅପଡେଟ୍ ପ୍ରକାଶ ପାଇଛି । ଫିଲ୍ମ ‘ଟାଇଗର୍ 3’ରେ ଅଭିନୟ କରୁଥିବା କ୍ୟାଟ୍ରିନା କୈଫଙ୍କର ପ୍ରଥମ ଲୁକ୍ ମୁକ୍ତିଲାଭ କରିଛି ।

ସୂଚନାନୁଯାୟୀ , ଫିଲ୍ମ ‘ଟାଇଗର ୩ ‘ରେ ଜୋୟା ଭୂମିକାରେ ଅଭିନୟ କରୁଥିବା କ୍ୟାଟ୍ରିନା କୈଫଙ୍କର ଏକ ଆକ୍ସନ୍ ଫଟୋ ରିଲିଜ୍ ହୋଇଛି । ଅଭିନେତ୍ରୀଙ୍କ ଏହି ଲୁକକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ପୋଷ୍ଟରରେ କ୍ୟାଟ୍ରିନା ତାଙ୍କ ହାତରେ ବନ୍ଧୁକ ଧରିଥିବାର ନଜର ଆସିଛନ୍ତି। ସଲମାନ ଖାନ ଇନଷ୍ଚାଗ୍ରାମରେ କ୍ୟାଟ୍ରିନାଙ୍କର ଏହି ଫଟୋ ଅପଲୋଡ୍ କରିବା ସହ ଟ୍ରେଲର ରିଲିଜ୍ ହେବାର ତାରିଖ ବିଷୟରେ ସୂଚନା ଦେଇଛନ୍ତି । ତେବେ ଏହି ଫିଲ୍ମ ଅକ୍ଟୋବର ୧୬ରେ ମୁକ୍ତିଲାଭ କରିବ ।

Related posts

୬୭ ବର୍ଷ ବୟସରେ ମଧ୍ୟ ଅବିବାହିତା ଅଛନ୍ତି ‘ଶକ୍ତିମାନ’

mahabharatanews

ରଣବୀର ଓ ଦୀପିକାଙ୍କୁ ଶୁଭେଚ୍ଛାର ସୁଅ

mahabharatanews

ଓଟିଟିରେ ଏଣ୍ଟ୍ରି କଲେ ଭାଇଜାନ 

mahabharatanews