ଓଡିଶାଭାରତ

 ଆଜି ପ୍ରଥମ କାଶ୍ମୀର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

(ଦିଲ୍ଲୀ) : ଆଜି କାଶ୍ମୀର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପୂର୍ବରୁ କାଶ୍ମୀର ଉପତ୍ୟକାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି କାଶ୍ମୀର ବିଶ୍ୱବିଦ୍ୟାଳୟର ୨୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଦେଶର ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ କାଶ୍ମୀର ଗସ୍ତ।

ସୂଚନାନୁଯାୟୀ , ରାଷ୍ଟ୍ରପତି ୨୦୨୦ରୁ ବିଶ୍ୱବିଦ୍ୟାଳୟର ମେଧାବୀ ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରିବେ। ସମାବର୍ତ୍ତନ ଉତ୍ସବରେ ୪ଶହ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ, ପିଏଚ୍‌ଡି ଓ ଏମ୍‌ଫିଲ୍ ଡିଗ୍ରି ପ୍ରଦାନ କରାଯିବ। ଯେଉଁଠାରେ ଉପରାଜ୍ୟପାଳ ମନୋଜ ସିହ୍ନା ବୁଧବାର ସନ୍ଧ୍ୟାରେ ତାଙ୍କୁ ରାତ୍ରି ଭୋଜନରେ ଆପ୍ୟାୟିତ କରିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ଭିଭିଆଇପିଙ୍କ ଗସ୍ତ ପୂର୍ବରୁ କାଶ୍ମୀର ବିଶ୍ୱବିଦ୍ୟାଳୟ ପରିସରକୁ ସାନିଟାଇଜ୍ କରାଯାଉଛି। ସୋମବାରଠାରୁ ସମଗ୍ର କ୍ୟାମ୍ପସରେ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ସାଦା ପୋଷାକ ଓ ୟୁନିଫର୍ମ ପିନ୍ଧି ରହିବେ ।

Related posts

ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୨୩ଦିନ

mahabharatanews

ଥାନାଧିକାରୀଙ୍କ ଟେବୁଲରେ ବସି ମଦ ପିଇବା ପଡ଼ିଲା ମହଙ୍ଗା : ବ୍ୟକ୍ତି ଜଣକ ଗିରଫ, ଆଇଆଇସି ନିଲମ୍ବିତ

mahabharatanews

ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର

mahabharatanews