ଓଡିଶା

ସରିଲା ସମସ୍ତ ମୃତଦେହର ଅନ୍ତିମ ସଂସ୍କାର

(ବାଲେଶ୍ଵର) :  ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୪ ମାସ ସମୟ ବିତି ସାରିଲାଣି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯୫ ମୃତକଙ୍କ ମଧ୍ୟରୁ ୨୮ ମୃତଦେହର କୌଣସି ଦାବିଦାର ଆସିନଥିଲେ କିମ୍ବା ଶବ ଚିହ୍ନଟ ହୋଇ ପାରିନଥିଲା । ଏହା ପରେ ଗତକାଲି ଏହି ସମସ୍ତ ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି ।

ସୂଚନାନୁଯାୟୀ , ମଙ୍ଗଳବାର ଅପରାହ୍ନ ପ୍ରାୟ ୪.୩୦ରେ ବିଏମ୍‌ସିର ସ୍ୱତନ୍ତ୍ର ବାହନ ଜରିଆରେ କଣ୍ଟେନର ସହିତ ପ୍ରଥମ ୩ଟି ଶବକୁ ଏମ୍‌ସରୁ ଭରତପୁର ମଶାଣିକୁ ନିଆ ଯାଇଥିଲା । ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଜୁଇରେ ଶବ ରଖାଯାଇ ବିଧି ବ୍ୟବସ୍ଥା ଅନୁସାରେ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯାଇଛି । ଏହାପରେ ଗୋଟିଏ ପରେ ଶବ ବାହକ ଗାଡ଼ିରେ ଏମ୍‌ଏସରୁ ଭରତପୁର ମଣାଶିକୁ ଶବ ଅଣାଯାଉଥିଲା ଏବଂ ପୂର୍ଣ୍ଣ ସମ୍ମାନର ସହିତ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା । ରଣକ୍ଷେତ୍ର ପାଲଟିଲା ହସ୍ପିଟାଲ, ପୋଲିସ୍ କୁ ବି ଆକ୍ରମଣ ରାତି ସାରା ଅନ୍ତିମ ସଂସ୍କାର କାମ ଜାରି ରହିଥିଲା । ଡିଏନ୍‌ଏ ରିପୋର୍ଟ ପରେ ଆଉ ୫୩ଶବଙ୍କୁ ତାଙ୍କ ପରିଜନ ଆସି ନେଇଗଲେ । କିନ୍ତୁ ୨୮ଶବ ରହିଗଲା, ଯାହାଙ୍କ ପରିଚୟ କିମ୍ବା ପରିଜନ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିଲା ନାହିଁ ।
.

 

Related posts

୪ ତାରିଖରେ ଆନ୍ଧ୍ର ଓଡିଶା ଉପକୂଳ ଛୁଇଁବ ବାତ୍ୟା

mahabharatanews

 ୭୦ ଦିନ ପାଇଁ ମହାକାଳେଶ୍ବରଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ 

mahabharatanews

ବାଦ ପଡିଥିବା ୨୨% ମହିଳାଙ୍କୁ ଆସନ୍ତା କାଲି ମିଳିବ ‘ସୁଭଦ୍ରା’ ଟଙ୍କା

mahabharatanews