ମନୋରଞ୍ଜନ

ମା ବନିବାକୁ ଯାଉଛନ୍ତି ଅଭିନେତ୍ରୀ ରୁବିନା 

(ମୁମ୍ବାଇ):  ଅଭିନେତ୍ରୀ ରୁବିନା ଦିଲେକଙ୍କ ଘରକୁ ଖୁବଶୀଘ୍ର କୁନି ଅତିଥିଙ୍କ ଆଗମନ ହେବ। ଏଥିପାଇଁ ରୁବିନା ଓ ଅଭିନବ ଶୁକ୍ଳାଙ୍କ ପରିବାର ଜୋରସୋର ପ୍ରସ୍ତୁତି ଏବେ ଠାରୁ ଆରମ୍ଭ କରି ଦେଲେଣି। ତେବେ ଏହି ଖୁସି ଖବର ନିଜେ ରୁବିନା ସୋସିଆଲ ମିଡିଆ ସେୟାର କରିଛନ୍ତି ।

ସ୍ବାମୀଙ୍କ ସହିତ ଫଟୋ ସେୟାର କରି ରୁବିନା କ୍ୟାପସନରେ ଲେଖିଥି‌ଲେ, ‘ବାହାଘରର ୫ବର୍ଷ ପରେ ମୋ ଜୀବନରେ ଏହି ଖୁସିର ମୁହୂର୍ତ୍ତ ଆସିଛି। କାରଣ ମୁଁ ମା’ ହେବାକୁ ଯାଉଛି। ମୋର ଆଉଗୋ‌ଟେ ନୂଆ ଜୀବନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଭଗବାନ ମୋତେ ଆର୍ଶୀବାଦ କରନ୍ତୁ।’ ଏହି କ୍ରମରେ ବାପା ହେବାକୁ ଯାଉଥିବା ଅଭିନବ ଶୁକ୍ଳା କହିଛନ୍ତି, ‘ମୁଁ ରାତିର ନିଦ ଉଡ଼ାଇବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। କେବେ ସେଦିନ ଆସିବ ତାହାର ଅପେକ୍ଷାରେ ରହିଛି।

Related posts

ପ୍ରଥମ ଦିନରେ ୯୫କୋଟି ଆୟ କଲା ‘ପ୍ରଭାସଙ୍କ ସାଲାର’  

mahabharatanews

ଗୁଜବକୁ ନେଇ ମୁହଁ ଖୋଲିଲେ ଅଭିନେତା ବିବେକ ଦହିୟା

mahabharatanews

ରକ୍ଷାବନ୍ଧନରେ ଭେଟି , ରିଲିଜ ହେବ ଚଳଚ୍ଚିତ୍ର ‘ଯବାନ’ର ଟ୍ରେଲର

mahabharatanews