ମନୋରଞ୍ଜନ

ପ୍ରଥମ ଦିନରେ ୯୫କୋଟି ଆୟ କଲା ‘ପ୍ରଭାସଙ୍କ ସାଲାର’  

(ମୁମ୍ବାଇ) : ଶୁକ୍ରବାର ରିଲିଜ୍ ହୋଇଥିଲା ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’। ‘ସାଲାର’ ୨୦୨୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ପଠାନ’, ‘ଯବାନ’, ‘ଆନିମଲ’କୁ କାଟିଛି। ରିଲିଜର ପ୍ରଥମ ଦିନରେ କେବଳ ଭାରତରେ ‘ସାଲାର’ ୯୫କୋଟି ଟଙ୍କା ଆୟ କରିଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ‘ସାଲାର’ ସର୍ବାଧିକ ଆୟ କରିଥିବା ଜଣାପଡ଼ିଛି। ଏହି ୨ଟି ରାଜ୍ୟରେ ଫିଲ୍ମ ୭୦କୋଟି ଟଙ୍କା ଆୟ କରିଛି। ଏହା ସହ କର୍ଣ୍ଣାଟକ ଏବଂ କେରଳରେ ମଧ୍ୟ ଭଲ ପ୍ରଦର୍ଶନ କରିଛି ଫିଲ୍ମ। ଏଠାରେ ଫିଲ୍ମଟି ଯଥାକ୍ରମେ ୧୨କୋଟି ଏବଂ ୫କୋଟି ଟଙ୍କା ଆୟ କରି ରେକର୍ଡ କରିଛି।

ସୂଚନାନୁଯାୟୀ , ‘ପଠାନ’ ଭାରତରେ ପ୍ରଥମ ଦିନରେ ୫୭କୋଟି ଟଙ୍କା ଆୟ କରିଥିବାବେଳେ ‘ଯବାନ’ ଏବଂ ‘ଆନିମଲ’ ଯଥାକ୍ରମେ ୭୫କୋଟି ଏବଂ ୬୩କୋଟି ଟଙ୍କା ଆୟ କରିଥିଲା। ଏବେ ସାଲାର ରିଲିଜ୍ ଦିନ ହିଁ ୯୫କୋଟି ଟଙ୍କା ଆୟ କରି ୨୦୨୩ ମସିହାର ସବୁଠୁ ବଡ଼ ଓପନିଂ କରିଥିବା ଫିଲ୍ମ ହୋଇସାରିଛି। ଆଗକୁ ଫିଲ୍ମ ଅନେକ ବଡ଼ ବଡ଼ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି।

Related posts

୪୦୦ କୋଟି ପାର କଲା ଫିଲ୍ମ ‘ଟାଇଗର-3’  

mahabharatanews

୮୮ ବର୍ଷରେ ପାଦ ଥାପିଲେ ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର

mahabharatanews

ରିଲିଜ୍‌ ହେଲା ସ୍ବର୍ଗତ ବିଜୟ ମହାନ୍ତିଙ୍କ ଶେଷ ଫିଲ୍ମ

mahabharatanews