ଭାରତ

ଆଜି ଉତ୍ତରାଖଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

(ଉତ୍ତରପ୍ରଦେଶ) : ଆଜି ଉତ୍ତରାଖଣ୍ଡ  ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଗୁଞ୍ଜୀ ଗାଁର ସ୍ଥାନୀୟ ଲୋକଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏହା ସହିତ ସେ ITBP ଏବଂ BRO ସୈନିକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହା ପରେ ମୋଦି ଜାଗେଶ୍ୱର ଧାମ ଯାଇ ସେଠାରେ ପୂଜାର୍ଚ୍ଚନା କରିବେ ।

ସୂଚନାନୁଯାୟୀ ,  ଆଜି ଦିନ ପ୍ରାୟ ୨ .୩୮ ସମୟରେ ପିଏମ ମୋଦି ପିଥୋରାଗଡର କ୍ରୀଡା ଷ୍ଟାଡିୟମ ଗସ୍ତରେ ଯିବେ । ଯେଉଁଠାରେ ସେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ପିଏମ ମୋଦି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଏଠାରେ ଅନେକ ଯୋଜନା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।

Related posts

ଭାରତ ଫେରିଲେ ଅଞ୍ଜୁ 

mahabharatanews

ବିଧାନସଭାରେ ହାଇଭୋଲଟେଜ୍ ଡ୍ରାମା : ଭଜନ କିର୍ତ୍ତନ କଲେ, ସେଇଠି ଶୋଇଲେ

mahabharatanews

ହଠାତ ଅବତରଣ କଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର

mahabharatanews