ଭାରତ

୨୫ରେ ଭୋଟ୍‌ ଗ୍ରହଣ

(ରାଜସ୍ଥାନ) : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ତାରିଖରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିସନ୍‌ (ଇସି)  । ପୂର୍ବରୁ ରାଜସ୍ଥାନରେ ୨୩ ତାରିଖରେ ଭୋଟ୍‌ ଗ୍ରହଣ ହେବ ବୋଲି ଘୋଷଣା ହୋଇଥିବା ବେଳେ ଆଜି ଏହାକୁ ବଦଳାଇ ନଭେମ୍ବର ୨୫ ତାରିଖରେ ଭୋଟ୍‌ ଗ୍ରହଣ କରାଯିବାକୁ ଧାର୍ଯ୍ୟ କରାଯାଇଛି।

ସୂଚନାଯାୟୀ , ସୋମବାର ଦିନ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ରାଜସ୍ଥାନ ବିଧାନସଭା ନିର୍ବାଚନ ନଭେମ୍ବର ୨୩ ତାରିଖରେ ହେବ ବୋଲି ଇସି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ପୂର୍ବ ନିର୍ଦ୍ଧାରିତ ତାରିଖରେ ଭୋଟ୍‌ ଗ୍ରହଣ ହୋଇପାରିବନି। ୨୩ ତାରିଖରେ ରାଜସ୍ଥାନରେ ଅନେକ ବିବାହ ଉତ୍ସବ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଥିବାରୁ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ତାରିଖ ବଦଳାଇବାପାଇଁ ଇସିଙ୍କୁ ଅନୁରୋଧ କରିଥିଲେ।

Related posts

ଏଷ୍ଟ୍ରାଜେନେକା ବୁଷ୍ଟର ଡୋଜ ହେବ ଓମିକ୍ରନ ଉପରେ ଭାରି

mahabharatanews

ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ

mahabharatanews

ଦିଲ୍ଲୀରେ ପ୍ରବଳ କୁହୁଡ଼ି

mahabharatanews