ମନୋରଞ୍ଜନ

‘ବିଗ୍‌ବସ୍‌’ସୁଟିଂ ଛାଡ଼ି ସ୍ପୋର୍ଟସ ଷ୍ଟୁଡିଓରେ ଭାଇଜାନ

(ଗୁଜୁରାଟ) : ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଆୟୋଜିତ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଚାଲିଛି । ଏହି ଅବସରରେ ବଲିଉଡ୍‌ କଳାକାରମାନେ ବି ପୂରା ଜୋଶର ସହ ଟିମ୍‌ ଇଣ୍ଡିଆକୁ ନିଜର ସମର୍ଥନ‌ ଦେଇ ଚାଲିଛନ୍ତି। ଖେଳ ଦେଖିବା ପାଇଁ ‘ବିଗ୍‌ବସ୍‌’ର ସୁଟି ଛାଡ଼ି ‘ଷ୍ଟାର୍‌ ସ୍ପୋର୍ଟସ’ର ଷ୍ଟୁଡିଓରେ ପହଞ୍ଚିଛନ୍ତି ସଲ୍‌ମାନ ଖାନ୍‌। ଯାହାକୁ ନେଇ ଚର୍ଚା ଜୋର ଧରିଛି ।

ସୂଚନାନୁଯାୟୀ ,  ଭାଇଜାନ୍‌ଙ୍କ ପ୍ରଥମ ଫଟୋ ଆସି ସାରିଲାଣି। ଯେଉଁ ଫଟୋରେ ସେ ପୂର୍ବତନ କ୍ରିକେଟର୍‌ ମହମ୍ମଦ କୈଫ୍‌ ଓ ହରବଜନ ସିଂହଙ୍କୁ ଭେଟିଛନ୍ତି। ସେମାନଙ୍କୁ ଭେଟି ସେମାନଙ୍କ ସହ କିଛି ଆଲୋଚନା କରୁଥିବାର ନଜର ଆସିଛନ୍ତି ଭାଇଜାନ୍‌।  ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର୍‌ କରି ମ୍ୟାଚ୍‌ ପାଇଁ ନିଜର ଉତ୍କଣ୍ଠା ଦେଖାଇଛନ୍ତି । ଭାଇଜାନଙ୍କୁ ଷ୍ଟୁଡିଓରେ ‘ଟାଇଗର୍‌-୩’ ଗେଟ୍‌-ଅପ୍‌ରେ ଦେଖିବାକୁ ମିଳିଛି।

Related posts

ଏଣିକି ବିଦେଶ ଯାତ୍ରା କରିପାରିବେ ଜ୍ୟାକଲିନ 

mahabharatanews

ମା ବନିବାକୁ ଯାଉଛନ୍ତି ଅଭିନେତ୍ରୀ ରୁବିନା 

mahabharatanews

ବ୍ୟବସାୟ ଯାତ୍ରା ଆରମ୍ଭ କଲେ ଗୋଲଡେନ ବୟ

mahabharatanews