ମନୋରଞ୍ଜନ

ମା ହେବାକୁ ଯାଉଛନ୍ତି ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର

(ମୁମ୍ବାଇ) :  ମା ହେବାକୁ ଯାଉଛନ୍ତି ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର। ଅଭିନେତ୍ରୀ ଏକ ସୁନ୍ଦର ଫଟୋ ସେୟାର କରି ଗର୍ଭବତୀ ଥିବା ନେଇ ଘୋଷଣା କରିଛନ୍ତି। ଏହି ଫଟୋଗୁଡ଼ିକରେ ସୁଗନ୍ଧାଙ୍କ ସହ ତାଙ୍କ ସ୍ୱାମୀ ସଂକେତ ଭୋସଲେ ମଧ୍ୟ ନଜର ଆସିଥିଲେ। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ସମୁଦ୍ର କୂଳରେ ବେବିବମ୍ପ ଦେଖାଉଥିବାର ନଜର ଆସିଛନ୍ତି ।

ସୂଚନାନୁଯାୟୀ , ଉଭୟ ସୁଗନ୍ଧା ଏବଂ ସଂକେତ ଭୋସଲେ ଏହି ପୋଷ୍ଟରେ ଲେଖିଛନ୍ତି, ‘ଆମର ନୂତନ ସଦସ୍ୟଙ୍କୁ ଭେଟିବାକୁ ଅପେକ୍ଷା କରିପାରିବେ ନାହିଁ, ଦୟାକରି ଆପଣଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ରଖନ୍ତୁ ।’ ଏହି ଫଟୋଗୁଡ଼ିକରେ ସୁଗନ୍ଧାଙ୍କୁ ଏକ ମାରୁନ ରଙ୍ଗର ଗାଉନରେ ଦେଖିବାକୁ ମିଳିଥିଲା ।

Related posts

ମା ବନିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ସୋନମ

mahabharatanews

ସରିଲା ଲାବନ୍ୟା ଓ ବରୁଣଙ୍କ ନିର୍ବନ୍ଧ

mahabharatanews

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଜୟ ଓ ରଶ୍ମିକା

mahabharatanews