ଓଡିଶା

ବାହାନଗାରେ ଟ୍ରେନ ଦୁର୍ଘଟଣା; ନିଲାମ ହେବ ବଗି ଓ ଇଞ୍ଜିନ୍

(ଭୁବନେଶ୍ୱର) : ବାହାନଗାରେ ଦୁର୍ଘଟଣାକୁ ସାଢେ ଚାରିମାସ ବିତିଯାଇଥିଲେ ମଧ୍ୟ ଏହା ସମସ୍ତ ଓଡିଶାବାସୀଙ୍କ ମନରୁ ଲିଭିନି ।  ତେବେ ସେହି  ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନ୍ ହେବ ନିଲାମ । ଏହାର ୨୧ ବଗି ଓ ଇଞ୍ଜିନ୍ ନିଲାମ ହେବ । ଏ ନେଇ ଅନୁମତି ଦେଲେ ଭୁବନେଶ୍ୱର ଏଡିଜେ(2) କୋର୍ଟ ।

ସୂଚନାନୁଯାୟୀ, ଡିଆରଏମଙ୍କ ଆକାଉଣ୍ଟରେ ନିଲାମ ଟଙ୍କା ରଖି କୋର୍ଟକୁ କରିବେ ଅବଗତ । ଜୁନ ୨ ତାରିଖରେ ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ହୋଇଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଲୁପ ଲାଇନରେ ଧକ୍କା ଦେଇ ଦ୍ରୁତ ଗତିରେ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୯୭  ଜଣଙ୍କ ପ୍ରାଣହାନି ହୋଇଥିଲା । ଏହା ପରେ ଶବ ଚିହ୍ନଟ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା ।

Related posts

କାଶିନିପଦର ଦଣ୍ଡଯାତ୍ରା ପାଇଁ ଫିରିଙ୍ଗିଆ ଅଞ୍ଚଳ ଉତ୍ସବ ମୁଖର

mahabharatanews

ମୋଟରସାଇକେଲରୁ ଖସି ପଡ଼ି ମହିଳା ଗୁରୁତର

mahabharatanews

ସନ୍ଦେହ ଘେରରେ ଗୋଡ଼ିବନ୍ଧ ଫାଣ୍ଡି ଅଧିକାରୀଙ୍କ କାର୍ୟ୍ୟକଳାପ! ଉଚ୍ଚସ୍ତରୀୟ ତଦନ୍ତ ଦାବୀ

mahabharatanews