ଭାରତ

ପାକିସ୍ତାନ ସେନା ଗୁଳିରେ ୨ ଯବାନ ଆହତ 

(ଜମ୍ମୁକାଶ୍ମୀର) : ପାକିସ୍ତାନ ଗୁଳିରେ ୨ ଯବାନ ଆହତ ।  ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଥିବା ସୀମାନ୍ତ ପ୍ରହରୀମାନଙ୍କ ଉପରକୁ ପାକିସ୍ତାନ ରେଞ୍ଜର୍‌ମାନେ ଅକାରଣ ଗୁଳି ଚଳାଇବାରୁ ୨ଜଣ ‘ବିଏସ୍‌ଏଫ୍‌’ କର୍ମଚାରୀ ଆହତ ହୋଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

ସୂଚନାନୁଯାୟୀ , ୨ ‘ବିଏସ୍‌ଏଫ୍‌’ ଯବାନଙ୍କୁ ଆକ୍ରମଣ କରିବା ଲାଗି ‘ସ୍ନାଇପର୍‌’ ବ୍ୟବହାର କରାଯାଇଥିଲା। ‘ବିଏସ୍‌ଏଫ୍‌’ ଯବାନ ଦୁହେଁ ପୋଷ୍ଟ୍‌ ନିକଟରେ କିଛି ବିଜୁଳି କାର୍ଯ୍ୟ (ଇଲେକ୍ଟ୍ରିଫିକେସନ୍‌) କରୁଥିବା ବେଳେ ପାକିସ୍ତାନ ରେଞ୍ଜର୍‌ ଗୁଳି ଚଳାଇଥିଲା। ଏହି ଗୁଳିକାଣ୍ଡ ଘଟଣା ପାକିସ୍ତାନ୍‌ ରେଞ୍ଜର୍‌ ଆଗରେ ଉପସ୍ଥାପନ କରାଯିବା ସହିତ ସେମାନଙ୍କ ନିକଟରେ ପ୍ରତିବାଦ କରାଯିବ।

Related posts

ଆକ୍ସନ ମୋଡରେ ସୋନିଆ ଗାନ୍ଧି !

mahabharatanews

୧୦ଲକ୍ଷରୁ ୨୦ ଲକ୍ଷକୁ ବଢ଼ିଲା ମୁଦ୍ରା ଲୋନ୍

mahabharatanews

ବିମାନ ଦୁର୍ଘଟଣାରେ ୪ଜଣ ସୈନିକଙ୍କ ସମେତ ୯ ମୃତ 

mahabharatanews