ଓଡିଶା

ଆସନ୍ତାକାଲିଠୁ ରାଜ୍ୟରେ ଗଡିବନି ବସ୍ 

(ଭୁବନେଶ୍ୱର) : ଆସନ୍ତାକାଲିଠୁ ପୁଣି  ସାରା ରାଜ୍ୟରେ ବସ୍ ଧର୍ମଘଟ। ଏନେଇ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ ।  ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ ନିଷ୍ପତ୍ତି । ପୂର୍ବରୁ ଗତ ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଗଡିବ ନାହିଁ ବୋଲି କୁହାଯାଇଥିଲା । ହେଲେ ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା ।

ସୂଚନାନୁଯାୟୀ , ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ତୀବ୍ର ବିରୋଧ କରାଯାଇଥିଲା । ଲକ୍ଷ୍ମୀ ବସ୍ ଯୋଜନା ଘରୋଇ ବସ୍ ମାଲିକଙ୍କୁ ଘୋର କ୍ଷତି ପହଞ୍ଚାଇବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀଙ୍କ ପେଟ ପାଟଣାକୁ ଲାତ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ । ତେବେ ଆସନ୍ତା ୨୦ରୁ ସାରା ରାଜ୍ୟରେ ବସ୍ ଧର୍ମଘଟ । ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟାବ୍ୟାପୀ ବସ୍ ଧର୍ମଘଟ ସ୍ଥଗିତ ହୋଇଛି ବୋଲି କୁହାଯାଇଥିଲା । ସରକାରଙ୍କ ସହ ଆଲୋଚନା କରିବା ପରେ ଏପରି ନିଷ୍ପତ୍ତି ନେଇଥିଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।

Related posts

କୂଅରୁ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ

mahabharatanews

କେବେ ମିଳିବ ଦୃଷ୍ଟିହୀନ ଭାଗ୍ୟଧରଙ୍କୁ ପକ୍କାଘର

mahabharatanews

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଆଗୁଆ ଖରା ଛୁଟି ଘୋଷଣା କଲେ ସରକାର

mahabharatanews