ଭାରତ

ଓଡିଶାର ନୂଆ ରାଜ୍ୟପାଳ ଶ୍ରୀ ରଘୁବର ଦାସ

(ଦିଲ୍ଲୀ) : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ କରାଯାଇଛି। ରଘୁବରଙ୍କ ନିଯୁକ୍ତି ନେଇ ଗତକାଲି ରାତିରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାନୁଯାୟୀ ,  ଓଡ଼ିଶାର ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କଠାରୁ ରଘୁବର ନୂଆ ଦାୟିତ୍ବ ଗ୍ରହଣ କରିବେ। ଗତ ମେ ମାସ ୩୦ ତାରିଖରୁ ଗଣେଶୀ ଲାଲ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଛି ଏବଂ ସେ କାର୍ଯ୍ୟକାରୀ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଥିଲେ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଜନ୍ମ ୩ ମେ, ୧୯୫୫ରେ ଛତିଶଗଡ଼ରେ ହୋଇଥିଲା। ୧୯୭୭ରେ ସେ ଜନତା ପାର୍ଟିର ସଦସ୍ୟ ହୋଇଥିଲେ ଏବଂ ୧୯୮୦ରେ ସକ୍ରିୟ ରାଜନୀତିକୁ ଆସି ବିଜେପିରେ ସାମିଲ ହୋଇଥିଲେ।

Related posts

ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

mahabharatanews

ହସିନାଙ୍କୁ ଫେରାଇବାକୁ ଦାବି କରିଛି ବାଂଲାଦେଶ, ଚିଠି ଲେଖି ପ୍ରତ୍ୟପଣ ପାଇଁ କଲା ଅନୁରୋଧ

mahabharatanews

ଦିଲ୍ଲୀ NCR ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତି

mahabharatanews