(ଭୁବନେଶ୍ୱର) : ୨୦ରୁ ପର୍ଯ୍ୟନ୍ତ ୨୨ ପାଗ ରହିବ ଶୁଖିଲା । ଆଗାମୀ ଦୁଇ ଦିନ ପଶ୍ଚିମା -ଝଡ଼ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ୨୦, ୨୧ ଏବଂ ୨୨ ତାରିଖରେ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ , ପଶ୍ଚିମା-ଝଡ ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ଗଜପତି ଏବଂ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଅନୁଭୂତ ହୋଇଛି । ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ଠାରେ ସର୍ବାଧିକ ୧୨.୨ ମିମି ଏବଂ ଟାଙ୍ଗରପଲ୍ଲୀ ଠାରେ ୧୦.୪ ମିମି ବର୍ଷା ରେକର୍ଡ ହୋଇଛି । ଚଳିତ ମୌସୁମୀରେ ରଜ୍ୟରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି । ୧୦ ଦିନ ବିଳମ୍ବରେ ୨୨ଜୁନ ରେ ମୌସୁମୀ ରାଜ୍ୟକୁ ଅଗ୍ରସର ହୋଇଥିବା ବେଳେ ୧୩ ଅକ୍ଟୋବର ରେ ପ୍ରତ୍ୟାବର୍ତନ କରିଛି । ଚଳିତ ମାସ ଚତୁର୍ଥ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦି ଏହି ଲଘୁଚାପ ଓଡ଼ିଶା ଉପକୂଳ ମୁହାଁ ହୁଏ ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଉଛି ।
