ଓଡିଶା

ବସ୍ ମାଲିକ ସଂଘକୁ ସହଯୋଗ କରିବାକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ

(ଭୁବନେଶ୍ୱର) : ରାଜ୍ୟରେ ଅକ୍ଟୋବର ୨୦ ଅର୍ଥାତ ଆସନ୍ତାକାଲି ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ପାଇଁ ଘରୋଇ ମାଲିକ ସଂଘ ଚେତାବନୀ ଦେଇଥିବା ବେଳେ ଏହାକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏକ ପ୍ରେସ ମିଟ କରିଛନ୍ତି । ସେ ଘରୋଇ ବସ୍ ମାଲିକ ସଂଘକୁ ଅପିଲ୍ କରିବା ସହିତ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ, ବସ୍ ମାଲିକ ସଂଘ ଏକତରଫା ନିଷ୍ପତ୍ତି ନେଇଛି। ପୂଜା ସମୟ ଥିବାରୁ ଘରୋଇ ଯାତ୍ରୀବାହୀ ବସ୍‌ ମାଲିକମାନେ ସହଯୋଗ କରନ୍ତୁ। ଲୋକେ କିପରି ହଇରାଣ ନ ହେବେ ଏଥି ପାଇଁ ଦୃଷ୍ଟି ଦିଅନ୍ତୁ। ଆସନ୍ତା ୨୬ ତାରିଖରେ ବସ୍ ମାଲିକ ସଂଘ ସହ ଆଲୋଚନା ହେବ। ଲକ୍ଷ୍ମୀ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ କାମ। ଏହି ଯୋଜନା ମାଧ୍ୟମରେ ଗମନାଗମନ ବ୍ୟବସ୍ଥା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ।

Related posts

ଘରେ ଘରେ ଥଣ୍ଡା ଓ ଜ୍ୱର ,ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଉନି ସଚେତନତା

mahabharatanews

ଜନତା କର୍ଫ୍ୟୁକୁ ସମର୍ଥନ: ସହର ବଜାର ବନ୍ଦ

mahabharatanews

ଆଜି ରଥଯାତ୍ରା ଦେଖିବେ ଶ୍ରୀ ବୈଷ୍ଣବ

mahabharatanews