ଓଡିଶା

ଡିସେମ୍ବରରେ ଶିକ୍ଷକ ନିଯୁକ୍ତି ଲିଖିତ ପରୀକ୍ଷା

(ଭୁବନେଶ୍ୱର) : ହାଇସ୍କୁଲର ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ନେଇ ଲିଖିତ ପରୀକ୍ଷାରେ ବଡ଼ଧରଣର ତ୍ରୁଟି  ।  ଓଏସଏସସିର ଭୁଲ ପାଇଁ ନାହିଁନଥିବା ହଇରାଣ ହେଉଛନ୍ତି ପରିକ୍ଷାର୍ଥୀ ।  ପ୍ରଶ୍ନ ବାହାରୁ ପଡିବ ପରେ ବାତିଲ ହେଲା ପରୀକ୍ଷା । ଫଳରେ ହଇରାଣ ହେଉଛନ୍ତି ପରିକ୍ଷାର୍ଥୀ ।

ସୂଚନାନୁଯାୟୀ , ଏହା ପରେ ପରୀକ୍ଷା ବାତିଲ ହେବା ସହ ପୁଣି ଥରେ ଏହି ପରୀକ୍ଷା ହେବ ବୋଲି ଜଣାଯାଇଛି । ହାଇସ୍କୁଲର ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ନେଇ ଲିଖିତ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଛି । ଏ ନେଇ ହିନ୍ଦୀ ଓ ସଂସ୍କୃତ ବିଷୟ ଶିକ୍ଷକ ନିଯୁକ୍ତି ପାଇଁ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ୍ କରାଯାଇଛି । ଆସନ୍ତା ଡିସେମ୍ବରରେ ପୁଣି ଥରେ ପରୀକ୍ଷା କରାଯିବ ବୋଲି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ଜାରି କରାଯାଇଛି ବିଜ୍ଞପ୍ତି ।

Related posts

ଏକ ଲକ୍ଷ ୮୫ ହଜାର ୩୫୩ ଜଣ ହିତାଧିକାରୀଙ୍କୁ ୩୮ କୋଟି ୧୧ ଲକ୍ଷ ୧୬ ହଜାର ଟଙ୍କା ପ୍ରଦାନ

mahabharatanews

ଟୁକୁଣା ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

mahabharatanews

ଯୁକ୍ତ ଦୁଇ ନାମଲେଖା ଆବେଦନର ଆଜି ହେଉଛି ଶେଷ ଦିନ

mahabharatanews